ବିଜେଡ଼ିରେ ମିଶିଲେ ଡକ୍ଟର ଅବିନାଶ ସାମଲ

ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିବା ବିଜେଡିର ମିଶ୍ରଣ ପର୍ବରେ ଢେଙ୍କାନାଳର ଡକ୍ଟର ଅବିନାଶ ସାମଲ ବିଜେଡ଼ିରେ ଯୋଗ ଦେଇଛନ୍ତି।

ଶଙ୍ଖ ଭବନରେ ମିଶ୍ରଣ ପର୍ବ

ଭୁବନେଶ୍ବର, ୧୬/୦୨/୨୦୨୪: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିରେ ମିଶୁଛନ୍ତି କିଛି ବଡ ବଡ ବ୍ୟକ୍ତିତ୍ୱ। ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ହୋଇ ଯାଇଛି ମିଶ୍ରଣ ପର୍ବ। ଏଥିରେ ବିଜେଡିରେ ମିଶିଛନ୍ତି ଢେଙ୍କାନାଳର ଯୁବ ଡାକ୍ତର ଡ଼ ଅବିନାଶ ସାମଲ। ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ସାମଲ।

ବିଜେଡିରେ ଯୋଗଦାନ ପରେ ଡକ୍ଟର ସାମଲ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡ଼ିରେ ମିଶିଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଜାତୀୟ ସ୍ତରରେ ନେଇ ପହଞ୍ଚାଇଛନ୍ତି। ତେଣୁ ତାଙ୍କ ନିର୍ଦ୍ଦେଶରେ ଆଗକୁ କାମ କରିବି।