ଦଙ୍ଗଲ ଫେମ୍ ସୁହାନୀ ଭଟ୍ଟନାଗରଙ୍କ ଦେହାନ୍ତ

ବଲିଉଡ ଚଳଚ୍ଚିତ୍ର ଦଙ୍ଗଲ ଫେମ୍ ସୁହାନୀ ଭଟ୍ଟନାଗରଙ୍କ ୧୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।

ଡର୍ମାଟୋମାୟୋସାଇଟିସ୍ ରୋଗରେ ପୀଡ଼ିତ ଥିବା ସ୍ପଷ୍ଟ

ମୁମ୍ବାଇ,୧୭/୦୨/୨୦୨୪: ୨୦୧୬ର ସୁପର ହିଟ୍ ବଲିଉଡ ଚଳଚ୍ଚିତ୍ର ଦଙ୍ଗଲ ଫେମ୍ ସୁହାନୀ ଭଟ୍ଟନାଗରଙ୍କ ଦେହାନ୍ତ ହୋଇଯାଇଛି। ଦଙ୍ଗଲରେ ବବିତା ଫୋଗାଟ ଭୂମିକାରେ ଅଭିନୟ କରିଥିବା ଆମୀର ଖାନଙ୍କ କୋ-ଷ୍ଟାର ସୁହାନୀ ଭଟନାଗରଙ୍କ ୧୯ ବର୍ଷ ବୟସରେ ଦେହାନ୍ତ ହୋଇଛି।

ସୁହାନୀଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଯେ “ଗତ ୨ ମାସ ତଳେ ଅଭିନେତ୍ରୀଙ୍କ ହାତ ଫୁଲିବା ଆରମ୍ଭ ହୋଇଥିଲା। ଯାହାକୁ ସ୍ୱାଭାବିକ ବୋଲି ଭାବୁଥିଲେ, କିନ୍ତୁ ପରେ ତାଙ୍କ ଅନ୍ୟ ହାତରେ ଏବଂ ପରେ ପୂରା ଶରୀରରେ ଫୁଲା ବଢ଼ିଯାଇଥିଲା। ଏହାପରେ ଅନେକ ଡାକ୍ତରଙ୍କୁ ଦେଖାଇଥିଲେ, କିନ୍ତୁ କୌଣସି ଡାକ୍ତର ଏହି ରୋଗକୁ ଚିହ୍ନଟ କରିପାରିନଥିଲେ। ପ୍ରାୟ ୧୧ ଦିନ ତଳେ ମଙ୍ଗଳବାର ସୁହାନୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ପରୀକ୍ଷା କରାଯାଇଥିଲା। ସେଠାରେ ଜାଣିବାକୁ ମିଳିଥିଲା ଯେ ସୁହାନୀଙ୍କର ଡର୍ମାଟୋମାୟୋସାଇଟିସ୍ ନାମକ ଏକ ରୋଗ ଅଛି, ଯାହା ଅତ୍ୟନ୍ତ ବିରଳ ରୋଗ। ଏହି ରୋଗର ଏକମାତ୍ର ଚିକିତ୍ସା ହେଉଛି ଷ୍ଟେରଏଡ। ଯାହା ପରେ ତାଙ୍କୁ ଷ୍ଟେରଏଡ ଦିଆଯାଇଥିଲା, ଯାହା ତାଙ୍କ ଶରୀରର ଅଟୋଇମ୍ୟୁନ ସିଷ୍ଟମକୁ ପ୍ରଭାବିତ କରିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥିଲା। ଯାହା ଫଳରେ ଫେବୃଆରୀ ୧୬ ତାରିଖରେ ତାଙ୍କର ମୃତ୍ୟୁ ଘଟିଛି।”

ଅମୀର ଖାନ୍ ପ୍ରଡକ୍ସନ ପକ୍ଷରୁ ଟୁଇଟ୍ କରି କୁହାଯାଇଛି, ‘ସୁହାନିଙ୍କ ଦେହାନ୍ତ ଖବର ଶୁଣି ଆମେ ଗଭୀର ଦୁଃଖିତ। ତାଙ୍କ ମା’ ପୂଜା ଏବଂ ପୂରା ପରିବାର ପ୍ରତି ଆମର ଗଭୀର ସମବେଦନା। ଏତେ ପ୍ରତିଭାବାନ କଳାକାର, ଦଙ୍ଗଲ ଚଳଚ୍ଚିତ୍ର ସୁହାନୀଙ୍କ ବିନା ଅସମ୍ପୂର୍ଣ୍ଣ ରହିଥାନ୍ତା। ସୁହାନି, ତୁମେ ସବୁବେଳେ ଆମ ହୃଦୟରେ ଏକ ତାରକା ହୋଇ ରହିବ।