ବାୟୋ ଡିଜେଲକୁ ସଫଳତାର ସହ ପରୀକ୍ଷା କଲା ବେଦାନ୍ତ

ବେଦାନ୍ତ ଲାଞ୍ଜିଗଡ଼ ବାଣିଜ୍ୟିକ ଯାନ ପାଇଁ ସବୁଜ ଇନ୍ଧନ ବିକଳ୍ପ ଭାବେ ବାୟୋ ଡିଜେଲକୁ ସଫଳତା ପୂର୍ବକ ପରୀକ୍ଷା କରିଛି।

ବାୟୋଡିଜେଲକକୁ ବ୍ୟବହାର ଉପଯୋଗୀ କରିବା ହେଉଛି ଏହି ପାଇଲଟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ

କଳାହାଣ୍ଡି, ୧୯/୦୨/୨୦୨୪ : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଲାଞ୍ଜିଗଡ଼଼, ଭାରତର ଅଗ୍ରଣୀ ମେଟାରଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ବାୟୋଡିଜେଲ ପ୍ରୟୋଗ ଅନୁସନ୍ଧାନ ଆରମ୍ଭ କରିଛି। କଂପାନି ଏହାର ବ୍ୟବସାୟିକ ଯାନ ଗୁଡ଼ିକର ସବୁଜ ଇନ୍ଧନ ଭାବରେ ବାୟୋ ଡିଜେଲକୁ ଉପଯୋଗ କରିବ ୨୦୫୦ ସୁଦ୍ଧା ବା ଶୀଘ୍ର ନେଟ ଶୂନ୍ୟ କାର୍ବନ ହାସଲ କରିବାରେ କଂପାନିର ଏହି ଯାତ୍ରା ଏକ ରଣନୀତିକ ପଦକ୍ଷେପ। ଛତିଶଗଡ଼ର ବାଲକୋ ଠାରେ ମଧ୍ୟ କଂପାନି ପକ୍ଷରୁ ଏହିପରି ପଦକ୍ଷେପ ଏକ ଗ୍ରହଣ କରାଯାଉଛି ।

ବାୟୋ ଡିଜେଲ ହେଉଛି ବାୟୋମାସରୁ ଉତ୍ପନ୍ନ ଏକ ସବୁଜ ଇନ୍ଧନର ରୂପ ଓ ପେଟ୍ରୋଲିୟମ ଉତ୍ପାଦିତ ଡିଜେଲ ପାଇଁ ଏକ ନବୀକରଣ ଯୋଗ୍ୟ ବିକଳ୍ପ ଯାହା ଜଳିଲେ କମ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ କରିଥାଏ । ଏହାକୁ ବ୍ୟବହାର କରିବା ଦ୍ୱାରା ଯାନ ବାହନର କାର୍ଯ୍ୟଦକ୍ଷତା ବୃଦ୍ଧି ପାଏ ଓ ଇନ୍ଧନ ଖର୍ଚ୍ଚ ହ୍ରାସ ପାଏ । କଂପାନି ଓଡ଼ିଶାର ଲାଞ୍ଜିଗଡ଼଼ରେ ଥିବା ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀରେ ୩ଟନ ଓ ୫ଟନ ବୈଦ୍ୟୁତିକ ଫର୍କଲିଫ୍ଟ ମଧ୍ୟ ଯୋଗାଇ ଦେଉଛି ଓ ଓଡ଼ିଶା ତଥା ଛତିଶଗଡ଼ର ଏହାର କାର୍ଯ୍ୟରେ ୪୪ଟି ବିଦ୍ୟୁତ ଲିଥିୟମ ଆୟନ ଫର୍କଲିଫ୍ଟକୁ କାର୍ଯ୍ୟକାରୀ କରୁଛି । ବେଦାନ୍ତ ଆଲୁମିନିୟମ ୨୦୩୦ ସୁଦ୍ଧା ଏହାର ୧୦୦% ହାଲୁକା ମୋଟର ଯାନ ଓ ୨୦୩୫ ସୁଦ୍ଧା ଏହାର ଖଣି ଫ୍ଲିଟ ପାଇଁ ୭୫% ଡିକାର୍ବନାଇଜେସନ କରିବାକୁ ପ୍ରତିଶ୍ରୁତି ଦେଇଛି ।

ବେଦାନ୍ତ ଲାଞ୍ଜିଗଡ଼଼ର କ୍ଲାଇମେଟ ଆକ୍ସନ ପ୍ରୟାସ ବିଷୟରେ ବେଦାନ୍ତର ଆଲୁମିନା ବିଜିନେସ ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ବେଦାନ୍ତରେ ଆମେ ଜଳବାୟୁ କାର୍ଯ୍ୟ ଉପରେ ଏକ ଦ୍ୱିପାକ୍ଷିକ ଅବଲମ୍ବନ ପନ୍ଥା ଗ୍ରହଣ କରିଛୁ ଯେଉଁଥିରେ ଆମର କାର୍ବନ ପଦ ଚିହ୍ନ ହ୍ରାସ ହେବ ଓ ନିର୍ଗମନ ବନ୍ଦ ହୋଇପାରିବ । ସବୁଜ ଇନ୍ଧନକୁ ସ୍ଥାନାନ୍ତରଣ ହେଉଛି ଆମର ଏହି ପ୍ରୟାସ । ବ୍ୟବହାର କରାଯାଉଥିବା ଡିଜେଲର ଅନୁପାତକୁ କମ କରି ବେଦାନ୍ତ ଲାଞ୍ଜିଗଡ଼଼ ଏହାର ପ୍ରତ୍ୟେକ କାର୍ଯ୍ୟକୁ ଡିକାର୍ବନାଇଜେସନ ପାଇଁ ଉନ୍ନତ ପ୍ରଯୁକ୍ତି ସହାୟତା ନେଉଛି ।

ସଂପ୍ରତି ଏହାର ଶକ୍ତି ସଂରକ୍ଷଣ ପଦକ୍ଷେପ ପାଇଁ ଓଡ଼ିଶା ରାଜ୍ୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଛି । ଏହାର ଜଳବାୟୁ କାର୍ଯ୍ୟ ପଦକ୍ଷେପ ପାଇଁ ବେଦାନ୍ତ ଲାଞ୍ଜିଗଡ଼଼କୁ ବିଭିନ୍ନ ଫ୍ଲାଟଫର୍ମରୁ ସ୍ୱୀକୃତି ଦିଆଯାଇଛି ।

ଯେପରିକି: କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି, ଚଣ୍ଡିଗଡ଼ ସର୍କଲ ଅନ୍ତର୍ଗତ ସର୍ବୋତମ ଶକ୍ତି ଦକ୍ଷତା ପାରମାମିଟର୍ସ ଉପରେ ଗଭୀର ବିଶ୍ଳେଷଣ ମାଧ୍ୟମରେ ଶକ୍ତି ପରିସର ବୃଦ୍ଧି କରିପାରିଛି ।
ଏହା ବ୍ୟତୀତ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ହାଇଦ୍ରାବାଦ ସର୍କଲରେ ସର୍ବୋତମ ଶକ୍ତି ପ୍ରଦର୍ଶନରେ ଉତ୍କର୍ଷତା ହାସଲ କରିଛି । ଏହା ଭାରତ ସରକାରଙ୍କ ଶକ୍ତି ଦକ୍ଷତା ବ୍ୟୁରୋ ସର୍ବୋତମ ଶକ୍ତି ଉପଯୋଗକାରୀ ଭାବେ ସମ୍ମାନିତ ହୋଇଛି ।

ସର୍ବୋତମ ଶକ୍ତି ଦକ୍ଷତା ପ୍ରଦର୍ଶନ ପ୍ରାପ୍ତ ବାଣିଜ୍ୟ (ପାଟ୍‌) – ଭାରତ ସରକାରଙ୍କ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି ଅଧୀନରେ ଶକ୍ତି-ଅଧିକ ଶିଳ୍ପ ମଧ୍ୟରେ ସର୍ବୋତମ ଶକ୍ତି ହ୍ରାସ ଅଭ୍ୟାସ ପାଇଁ ସ୍ୱୀକୃତି ପ୍ରାପ୍ତ କରିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନିବିଲିଟି ଆସେସମେଂଟ ୨୦୨୩ରେ ପ୍ରତମ ର‌୍ୟାଙ୍କ ଧାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।