ମିଶନ ଶକ୍ତି ବଜାର ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

୫-ଟି ଇନିସିଏଟିଭ୍ ଅଧୀନରେ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଖୋଲିବାକୁ ଯାଉଛି। ଖୋର୍ଦ୍ଧା ମାତୃଶକ୍ତି କୃଷକ ଉତ୍ପାଦକ ଗୋଷ୍ଠୀ, ଏକ ସମ୍ପୂର୍ଣ୍ଣ ମହିଳା ନେତୃତ୍ୱାଧୀନ ଗୋଷ୍ଠୀ।

ସିଏମଙ୍କ ମହିଳା ନେତୃତ୍ବାଧୀନ ଉଦ୍ୟୋଗର ଦୃଷ୍ଟିକୋଣର ଶ୍ରେଷ୍ଠ ଉଦାହରଣ: ପାଣ୍ଡିଆନ

ଭୁବନେଶ୍ଵର, ୧୯/୦୨/୨୦୨୪: ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ରାଜଧାନୀରେ ନିର୍ମାଣାଧୀନ ମିଶନ ଶକ୍ତି ବଜାର ପରିଦର୍ଶନ କରିଛନ୍ତି। ଏହାକୁ ୫-ଟି ଅଭିଯାନ ଅଧୀନରେ ବିକଶିତ କରାଯାଇଛି। ଖୁବଶୀଘ୍ର ଏହା ଉତ୍ପାଦ ବିକ୍ରି ପାଇଁ ଖୋଲିବ। ୧୦ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ଥିବା ଏହି ମିଶନ ଶକ୍ତି ବଜାରରେ ସାରା ରାଜ୍ୟରୁ ସ୍ବୟଂ ସହାୟକ ଗୋଷ୍ଠୀ ଉତ୍ପାଦ ବିକ୍ରି ହେବା ସହ ପ୍ରଦର୍ଶନ କରାଯିବ।

ନାଲି ଚାଉଳ, ବ୍ରହ୍ମପୁରର ଆଚାର, ପ୍ରସିଦ୍ଧ କନ୍ଧମାଳ ହଳଦୀ, ନୂଆପଡ଼ାର ମହୁ, ମୟୂରଭଞ୍ଜର ସବାଇ ଉତ୍ପାଦ, କେନ୍ଦ୍ରାପଡ଼ାର ସୁନା ଘାସ ଉତ୍ପାଦ, କେନ୍ଦୁଝରର ଫୁଲ ବାଡ଼ି ଆଦି ଏକ ହଜାର ଭିନ୍ନ ଭିନ୍ନ କୃଷି ଓ ଅଣକୃଷି ଜାତ ଦ୍ରବ୍ୟରୁ ଆରମ୍ଭ ହେବ।

ଭୁବନେଶ୍ବର ଗ୍ରାହକଙ୍କ ଖୁଚୁରା ଆବଶ୍ୟକତାକୁ ପୂରଣ କରିବା ସହିତ ଏହା ବଡ଼ କ୍ରେତାମାନଙ୍କୁ ଏସ୍ଏଚଜି ଉତ୍ପାଦକଙ୍କ ସହ ଯୋଗାଯୋଗ କରିବାକୁ ପ୍ରୋତ୍ସାହିତ କରିବ। ଏହି ଅଗ୍ରଗତିରେ ଖୁସି ବ୍ୟକ୍ତ କରି ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ ଏହା ମହିଳାଙ୍କ ନେତୃତ୍ୱାଧୀନ ଉଦ୍ୟୋଗର ଏକ ଶ୍ରେଷ୍ଠ ଉଦାହରଣ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଗଠିତ ଖୋର୍ଦ୍ଧା ମାତୃଶକ୍ତି କୃଷକ ଉତ୍ପାଦକ କମ୍ପାନୀ ଦ୍ୱାରା ଏହି ବଜାର ପରିଚାଳିତ ହେବ।