କାହିଁକି ଅଲଗା ହେଲେ ଟାଇଗର-ଦିଶା ?

ମୁମ୍ବାଇ: ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବ୍ରେକ୍‌ଅପ୍‌ ତାଙ୍କ ଫ୍ୟାନ୍ସଙ୍କ ମନକୁ ଭାଙ୍ଗି ଦେଇଛି। ଦୀର୍ଘ ୬ ବର୍ଷ ଧରି ଡେଟ୍‌ କରିବା ପରେ ହଠାତ୍‌ ଅଲଗା ହେବାର ନିଷ୍ପତ୍ତି କାହିଁକି ନେଲେ । ଏହାର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି ତାଙ୍କ ପ୍ରଶଂସକ । ବର୍ତ୍ତମାନ ସେମାନଙ୍କର ବ୍ରେକଅପ୍ ହେବାର କାରଣ ମଧ୍ୟ ସାମ୍ନାକୁ ଆସିଛି ।  କୁହାଯାଉଛି ଯେ ଉଭୟଙ୍କ ବ୍ରେକଅପ୍ ବିବାହ ଯୋଗୁଁ ହୋଇଛି ।

ଟାଇଗର ଏବଂ ଦିଶାଙ୍କ ମଧ୍ୟରେ ଥିବା ସମ୍ପର୍କ ମଧ୍ୟରେ ମତଭେଦ ରହିଛି। ୬ ବର୍ଷର ଧରି ସମ୍ପର୍କରେ ରହିବା ପରେ ଉଭୟ ଅଲଗା ହୋଇଯାଇଛନ୍ତି । ଏହି ଖବର ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି। ହେଲେ ଉଭୟେ ସେମାନଙ୍କ ବ୍ରେକଅପ୍ ଖବର ଉପରେ ଚୁପ୍‌ ରହିଛନ୍ତି। ETimes ରିପୋର୍ଟ ଅନୁଯାୟୀ ତାଙ୍କର ଜଣେ ବନ୍ଧୁ ସେମାନଙ୍କ ବ୍ରେକଅପ୍ ହେବାର କାରଣ କହିଛନ୍ତି।