ଭିଜିଲାନ୍ସ ଜାଲରେ ଅମିନ

ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲ୍ଲାର ଆଗଲପୁର ତହସିଲର ଅମିନ ସଦାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି।

ଲାଞ୍ଚ ନେବା ବେଳେ ଧରା ପଡିଲେ

ବଲାଙ୍ଗୀର, ୦୪/୦୩/୨୦୨୪: ଗିରଫ ହେଲେ ଅମିନ। ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲର ଅମିନ ସଦାନନ୍ଦ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତ ବର୍ଷ ରୁଜୁ ହୋଇଥିବା ଏକ ମ୍ୟୁଟେସନ ମାମଲାରେ ଜମି ପଟ୍ଟା ପ୍ରଦାନ ପାଇଁ ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଗିରଫଦାରୀ ପରେ ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟିକୋଣରୁ ସଦାନନ୍ଦଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏ ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ସଦାନନ୍ଦଙ୍କ ବିରୋଧରେ ଧାରା ୭ ଦୁର୍ନୀତି ନିବାରଣ ଆଇନ (ସଂଶୋଧିତ), ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।