ସ୍ୱାଧୀନ ଭାବେ ବାଲେଶ୍ଵରରୁ ଲଢିବେ ଖାରବେଳ ସ୍ୱାଇଁ

ବାଲେଶ୍ୱର ଲୋକସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀ ଖାରବେଳ ସ୍ୱାଇଁ ସ୍ୱାଧୀନ ଭାବରେ ନିର୍ବାଚନ ଲଢିବେ।

ବିଜେପି ପ୍ରାର୍ଥୀ ତାଲିକାରେ ନାଁ ନଥିବାରୁ ଅସନ୍ତୁଷ୍ଟ

ଭୁବନେଶ୍ବର, ୨୫/୦୩/୨୦୨୪: ବିଜେପି ପକ୍ଷରୁ ଗତ କାଲି ଓଡ଼ିଶା ପାଇଁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ରରୁ ୧୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଇତି ମଧ୍ୟରେ କେତେକ ଆଶାୟୀ ପ୍ରାର୍ଥୀମାନଙ୍କର ନାମ ତାଲିକାରେ ପ୍ରକାଶ ପାଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପାଇଁ ବାଲେଶ୍ୱର ଲୋକସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀ ଖାରବେଳ ସ୍ୱାଇଁ ବିଜେପି ଦ୍ୱାରା ଜାରି ତାଲିକାରେ ନାମ ନଥିବାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଖାରବେଳ ସ୍ୱାଇଁ ପୂର୍ବରୁ ବିଜେପି ଟିକେଟରେ ୩ ଥର ସାଂସଦ ରହି ଆସିଛନ୍ତି। ଆଜି ଗଣମାଧ୍ୟମକୁ କହିଛନ୍ତି, ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବି ଏବଂ ଜିତିଲେ ବିଜେପିରେ ଯୋଗଦେବି। ମୁଁ ଗତ ନିର୍ବାଚନରେ କନ୍ଧମାଳରୁ ନିର୍ବାଚନ ଲଢ଼ିଥିଲି; ଏବଂ ଏଥର ବାଲେଶ୍ୱରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛି। କିନ୍ତୁ ମୋତେ ଟିକେଟରୁ ବଞ୍ଚିତ କରାଯାଇଛି। ମୁଁ ବିଜେପି ଛାଡିବି ନାହିଁ, ଦଳ ମୋତେ ବହିଷ୍କାର କରିପାରେ।