୩ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ଆଜି ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି।

କଟକ ପାଇଁ ପ୍ରାର୍ଥୀ ହେଲେ ଭର୍ତ୍ତୃହରି ମହତାବ

ଭୁବନେଶ୍ବର, ୩୦/୦୩/୨୦୨୪: ଭାରତୀୟ ଜନତା ଦଳ (ବିଜେପି) ୨୦୨୪ ନିର୍ବାଚନ ୨୦୨୪ ପାଇଁ ତିନିଟି ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବରୁ ୧୮ ଜଣଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ବାକି ୩ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି।

କଟକ, ଯାଜପୁର ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। କଟକ ପାଇଁ ପ୍ରାର୍ଥୀ ଭାବେ ଭର୍ତ୍ତୃହରି ମହତାବ, କନ୍ଧମାଳ ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଯାଜପୁର ପାଇଁ ଡ଼ ରବୀନ୍ଦ୍ର ନାରାୟଣ ବେହେରାଙ୍କ ନାମ ଘୋଷଣା କରାଯାଇଛି।