ବିଜେଡିରେ ମିଶିଲେ ଚିରଞ୍ଜୀବ ବିଶ୍ୱାଳ

ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଶନିବାର କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

ଭୁବନେଶ୍ବର, ୩୧/୦୩/୨୦୨୪: କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ତାଙ୍କ ସମର୍ଥକଙ୍କ ସହ ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଲ୍ୟାଣମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ଦଳରେ ଯୋଗ ଦେଇଥିବା ବିଶ୍ୱାଳ କହିଛନ୍ତି। ମୁଁ କୌଣସି ରାଜନୈତିକ ଅଭିଳାଷ ନେଇ ଏଠାକୁ ଆସିନାହିଁ। ଦଳ ମୋତେ ଯାହା ବି ଦାୟିତ୍ୱ ଦେବ ମୁଁ ମୋର ଦାୟିତ୍ୱ ନିର୍ବାହ କରିବି ବୋଲି ଚିରଞ୍ଜୀବ କହିଛନ୍ତି।

ଜଗତସିଂହପୁରର ପୂର୍ବତନ ବିଧାୟକ ବିଶ୍ୱାଳ ଶନିବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ।