ମେ’ ୬ରୁ ଖରା ଛୁଟି

ଏକାଡେମୀ କ୍ୟାଲେଣ୍ଡରକୁ ସଠିକ୍ ଭାବେ ପାଳନ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଦେଶନାମା ଜାରି କଲା ଓସେପା

ଭୁବନେଶ୍ବର, ୩୧/୦୩/୨୦୨୪: ଗ୍ରୀଷ୍ମ କାଳୀନ ଛୁଟି ପାଇଁ ତାରିଖ ଘୋଷଣା କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)। ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ମେ’ ୬ ତାରିଖରୁ ଛୁଟି ରହିବ।

ମେ ୬ ତାରିଖରୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ଏବଂ ଜୁନ୍ ୧୭ରୁ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି। ସେହିପରି ଏକାଡେମୀ କ୍ୟାଲେଣ୍ଡରକୁ କଡାକଡି ଭାବେ ପାଳନ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।