ଗ୍ରୀଷ୍ମ ଲହରୀ ଜାରି

ରାଜ୍ୟରେ ୩ଟି ସ୍ଥାନରେ ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ୫ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।

ରାଜଧାନୀରେ ୩୬ ଡିଗ୍ରୀ ରେକର୍ଡ

ଭୁବନେଶ୍ବର, ୦୧/୦୪/୨୦୨୪: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଆଉ କିଛି ଦିନ ମଧ୍ୟରେ ଆହୁରି ତାତି ଅନୁଭୂତ ହେବ। ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟର ୩ଟି ସ୍ଥାନ ଯଥାକ୍ରମେ ବାଲେଶ୍ୱରରେ ୩୭.୬ ଡିଗ୍ରୀ, ଚାନ୍ଦବାଲି ଓ ଝାରସୁଗୁଡ଼ାରେ ୩୭.୨ ଡିଗ୍ରି ରେକର୍ଡ କରାଯାଇଛି। ଅନ୍ୟ ୫ଟି ସ୍ଥାନରେ ଦିନର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିବାର ଆଇଏମଡି ପକ୍ଷରୁ ରେକର୍ଡ କରାଯାଇଛି।

ଭୁବନେଶ୍ଵର ୩୬.୬ ଡିଗ୍ରୀ ସେଲସିୟସ, ହୀରାକୁଦ ୩୬ ଡିଗ୍ରୀ ସେଲସିୟସ, କେନ୍ଦୁଝର ୩୫.୮ ଡିଗ୍ରୀ ସେଲସିୟସ, ସମ୍ବଲପୁର ୩୫.୮ ଡିଗ୍ରୀ ସେଲସିୟସ, ରାଉରକେଲା ୩୫.୬ ଡିଗ୍ରୀ ସେଲସିୟସ, ପୁରୀ ୩୨.୪ ଡିଗ୍ରୀ ସେଲସିୟସ, ପାରାଦୀପ ୩୧.୬ ଡିଗ୍ରୀ ସେଲସିୟସ ଓ ଗୋପାଳପୁର ୩୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।