ଉତ୍କଳ ଦିବସ ଅବସରରେ ଗୋପବନ୍ଧୁଙ୍କ ଜନ୍ମପୀଠରେ କାର୍ତ୍ତିକ ପାଣ୍ଡିଆନ

ରାଜ୍ୟ ଯୋଜନା ବୋର୍ଡ଼ର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମଧ୍ୟ ଏହି ଗସ୍ତରେ ସାମିଲ ଥିଲେ।

ସୁଆଣ୍ଡୋରେ ବିପୁଳ ସମ୍ବର୍ଦ୍ଧନା

ପୁରୀ, ୦୧/୦୪/୨୦୨୪: ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଓଡ଼ିଆ ଜାତିର ପୂଣ୍ୟ ଓ ସମର୍ପଣର ପୀଠ ସତ୍ୟବାଦୀ ବ୍ଲକ ଗୋପବନ୍ଧୁଙ୍କ ଏନ୍ତୁଡିଶାଳ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ଜଳନ କରି ଯେଉଁ ମହାନ ଯୁଗ ପୁରୁଷମାନଙ୍କ ତ୍ୟାଗ ଓ ତିତିକ୍ଷା ଫଳରେ ଆଜି ଦିନରେ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା, ସେହି ମହା ମନୁଷ୍ୟମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ଗୋପବନ୍ଧୁଙ୍କ ଅଣନାତି ଧିରେନ୍ଦ୍ର ନାଥ ଦାସ ଏବଂ ରବିନ୍ଦ୍ରନାଥ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସୁଆଣ୍ଡୋ ଗ୍ରାମର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ରାଜ୍ୟ ଯୋଜନା ବୋର୍ଡ଼ର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମଧ୍ୟ ଉପସ୍ଥିତ ଥିଲେ।