ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଆଜି ୧୧୨ ଆସନ ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି।

ଭୁବନେଶ୍ବରରୁ ପ୍ରିୟଦର୍ଶୀ, କୋରେଇରୁ ଆକାଶ

ଭୁବନେଶ୍ବର, ୦୨/୦୪/୨୦୨୪: ମଙ୍ଗଳବାର ଓଡ଼ିଶା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ୧୧୨ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଚଳିତ ବର୍ଷ ନିର୍ବାଚନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ଲଢିବାକୁ ଥିବା ବେଳେ ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ବର ଏବଂ ଆକାଶ ଦାସ ନାୟକ କୋରେଇ ନିର୍ବାଚନ ମଣ୍ଡଳୀରୁ ଲଢିବେ।