ପୁଅ ପାଇଁ ହରଡଘଣାରେ ସୁର: ବିଜେଡି ପାଇଁ କରିଦେଲେ ପ୍ରଚାର

ପୁଅ ମନ୍ମଥ ପାଇଁ ଭୋଟ ମାଗିବା ବେଳେ ବିଜେଡ଼ି ପାଇଁ ପ୍ରଚାର କରିଦେଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ।

କାରଣଦର୍ଶାଅ ନୋଟିସ୍ ଜାରି କଲା କଂଗ୍ରେସ

ଭୁବନେଶ୍ବର,୦୨/୦୪/୨୦୨୪: ପୁଅ ପାଇଁ ଅକଳରେ ପଡ଼ିଲେ ସୁର। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ପୁଅ ମନ୍ମଥଙ୍କ ସପକ୍ଷରେ ପ୍ରଚାର କରି ଫସିଗଲେ। ବିଜେଡିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଆଜି ଭୋଟ ଭିକ୍ଷା କରୁଥିଲେ। କିନ୍ତୁ ହଠାତ୍ ବିଜେଡି ପାଇଁ ପ୍ରଚାର କରିଦେଲେ। ଯାହା ଫଳରେ ସେ ଏବେ ହରଡଘଣାରେ ପଡି ଯାଇଛନ୍ତି।

ଏହି ଘଟଣାରେ ସୁରଙ୍କୁ ସ୍ପଷ୍ଟୀକରଣ ମାଗିଛି ରାଜ୍ୟ କଂଗ୍ରେସ। ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କଂଗ୍ରେସ। କିନ୍ତୁ ସୁର ଏନେଇ ଅସନ୍ତୋଷ ପ୍ରକାଶ କରିବା ସହ ଅନ୍ୟ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ। ହେଲେ, କଂଗ୍ରେସ ବାପା-ପୁଅର ସମ୍ପର୍କରେ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି କହିଛନ୍ତି ସୁର। ଅନ୍ୟପକ୍ଷରେ ସୁରଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଏବଂ ତୁରନ୍ତ ନୋଟିସ ପ୍ରତ୍ଯାହାର କରିବାକୁ ସେ ଦାବି କରିଛନ୍ତି।