ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପ୍ରଣୟନ ପାଇଁ ପ୍ରକ୍ରିୟା ଆରମ୍ଭ

ନବୀନ ଓଡ଼ିଶା ମ୍ୟାଜିକ କାର୍ଡକୁ ଅଧିକ ଉପାଦେୟ କରିବା ପାଇଁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଜନସାଧାରଣଙ୍କ ମତାମତ ଲୋଡ଼ିଲେ।

ଯୁବବର୍ଗଙ୍କ ଆଶା ଆକାଂକ୍ଷା ପୂରଣ କରିବ ଏହି କାର୍ଡ

ଭୁବନେଶ୍ବର, ୦୨/୦୪/୨୦୨୪: ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଓଡ଼ିଶାର ଜନସାଧାରଣଙ୍କୁ ଏହି କାର୍ଡକୁ ଅଧିକ ଉପାଦେୟ କରିବା ନିମନ୍ତେ ସେମାନଙ୍କ ସୁଚିନ୍ତିତ ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରଦାନ କରାଯାଇଥିବା ନୂଆ-ଓ ବୃତ୍ତି ଓଡ଼ିଶା ସରକାରଙ୍କ ଏକ ଐତିହାସିକ ପଦକ୍ଷେପ। ଏହି ବୃତ୍ତି ପ୍ରଦାନ ପରେ ଓଡ଼ିଶାର ଯୁବକ ଯୁବତୀମାନଙ୍କ ମଧ୍ୟରେ ଏକ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପ୍ରଣୟନ କରିବାକୁ ଯାଉଛନ୍ତି।

ଏହି କାର୍ଡ ମାଧ୍ୟମରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ସୁବିଧା ପାଇପାରିବେ। ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କ୍ୟାରିୟର ଗଢ଼ିବା ପାଇଁ ସହାୟକ ହେବା ସଙ୍ଗେ ସଙ୍ଗେ ଏହି କାର୍ଡ ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ସହାୟକ ହେବ ଓ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ। ଏହି କାର୍ଡର ଉପାଦେୟତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଓଡ଼ିଶାର ଜନସାଧାରଣଙ୍କୁ ମଧ୍ୟ ସେମାନଙ୍କ ମତାମତ ଦେବା ପାଇଁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନୁରୋଧ କରିଛନ୍ତି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ପରେ ନବୀନ ଓଡ଼ିଶା ମ୍ୟାଜିକ କାର୍ଡକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଅନେକ ଯୁବବର୍ଗ ଏହି କାର୍ଡର ବ୍ୟବସ୍ଥାକୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ନିଜର ମତାମତ ପ୍ରଦାନ କରିଛନ୍ତି।