ବିଜେଡିର ନୂତନ ରାଜ୍ୟ ସମ୍ପାଦକ ନିଯୁକ୍ତ କଲେ ନବୀନ

ୱାର୍ଡ଼ ନମ୍ବର ୧୧ର ପ୍ରକାଶ କୁମାର ତ୍ରିପାଠୀଙ୍କୁ ବିଜେଡିର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି।

ଦୁଇ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର, ୦୪/୦୪/୨୦୨୪: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ବିଜୁ ଜନତା ଦଳର ବିଭିନ୍ନ ପଦବୀରେ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତ କରିଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଏସ୍ଏସନଗର, ୱାର୍ଡ ନମ୍ବର ୧୧ର ପ୍ରକାଶ କୁମାର ତ୍ରିପାଠୀଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ନବୀନ। ସେହିପରି ଏକାମ୍ର- ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ବିଡିଏ କଲୋନୀ, ୱାର୍ଡ଼ ନମ୍ବର ୧୩ର ଇତିଶ୍ରୀ ଜେନା ଏବଂ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଇଲା ସ୍ୱାଇଁଙ୍କୁ ନିଯୁକ୍ତ କରାଯାଇଛି।