ଲଦାଖରେ ଜରୁରୀ ଅବତରଣ କଲା ଭାରତୀୟ ବାୟୁସେନା ହେଲିକପ୍ଟର

ବିମାନରେ ଥିବା ପାଇଲଟଙ୍କୁ ନିକଟସ୍ଥ ଏୟାରବେସକୁ ଉଦ୍ଧାର କରାଯାଇଛି।

ପାଇଲଟ ସୁରକ୍ଷିତ: କୋର୍ଟ ଅଫ୍ ଇନକ୍ୱାରି ନିର୍ଦ୍ଦେଶ

ନୂଆଦିଲ୍ଲୀ, ୦୪/୦୪/୨୦୨୪: ଭାରତୀୟ ବାୟୁସେନାର ଏକ ଆପାଚି ହେଲିକପ୍ଟର ଲଦାଖରେ ଜରୁରୀ କାଳୀନ ଅବତରଣ କରିଛି। ବୁଧବାର ଏହି ଘଟଣା ଘଟିଥିବା ବେଳେ ବିମାନରେ ଥିବା ଉଭୟ ପାଇଲଟ ସୁରକ୍ଷିତ ଅଛନ୍ତି।

ଏପ୍ରିଲ ୩ ତାରିଖରେ ଲଦାଖରେ ଅପରେସନଲ ଟ୍ରେନିଂ ଉଡ଼ାଣ ସମୟରେ ବାୟୁସେନାର ଆପାଚି ହେଲିକପ୍ଟର ସତର୍କତାମୂଳକ ଅବତରଣ କରିଥିଲା। ଏହି ଅବତରଣ ପ୍ରକ୍ରିୟା ସମୟରେ ଭୂପୃଷ୍ଠରୁ ଉଚ୍ଚତା ଅଧିକ ଥିବାରୁ ଏହା କ୍ଷତିଗ୍ରସ୍ତ ହୋଇଥିଲା ବୋଲି ବାୟୁସେନା ପକ୍ଷରୁ ଏକ ସଂକ୍ଷିପ୍ତ ବିବୃତିରେ କୁହାଯାଇଛି।

ବିମାନରେ ଥିବା ଉଭୟ ପାଇଲଟ୍ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ଏୟାରବେସକୁ ଉଦ୍ଧାର କରାଯାଇଛି। ଏହାର କାରଣ ଜାଣିବା ପାଇଁ ବାୟୁସେନା କୋର୍ଟ ଅଫ୍ ଇନକ୍ୱାରି ନିର୍ଦ୍ଦେଶ ଦିଆଯାଇଛି।