ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ପ୍ରଚାର

ପ୍ରତ୍ୟେକ ଦିନ ବିଧାୟକ ପ୍ରାର୍ଥୀ ବାବୁ ସିଂ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ସହ ମିଶୁଛନ୍ତି।

ପଦଯାତ୍ରା କରି ଲୋକଙ୍କ ସମସ୍ୟା ବୁଝିଲେ

ଭୁବନେଶ୍ୱର,୧୧/୦୪/୨୦୨୪: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଅନ୍ୟ ଦଳ ତୁଳନାରେ ପ୍ରଚାର ରେ ଆଗରେ ଅଛି ବିଜେପି। ପ୍ରତ୍ୟେକ ଦିନ ବିଧାୟକ ପ୍ରାର୍ଥୀ ବାବୁ ସିଂ ବିଭିନ୍ନ ଅଞ୍ଚଳରେ ପଦଯାତ୍ରା, ଚା ଖଟି, ପାର୍କ ଭ୍ରମଣ କରି ଲୋକଙ୍କ ସହ ମିଶୁଛନ୍ତି। ଆଜି ପଳାଶପଲ୍ଲୀ ଓ ଭୀମଟାଙ୍ଗୀ ଅଞ୍ଚଳରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ପଦଯାତ୍ରା କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପିକୁ ଭୋଟ୍ ଦେଇ ଜିତେଇବାକୁ ଅନୁରୋଧ କରିଥିଲେ। ଦିନକୁ ଦିନ ବାବୁ ସିଂଙ୍କ ଲୋକପ୍ରିୟତା ଏକାମ୍ର ନିର୍ବାଚନ ମଣ୍ଡଳୀରେ ବଢ଼ିବାରେ ଲାଗିଛି। ଯୁବ ବର୍ଗଠାରୁ ବରିଷ୍ଠ ସବୁ ଶ୍ରେଣୀର ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି ବାବୁ ସିଂ। ଏକାମ୍ର ନିର୍ବାଚନ ମଣ୍ଡଳୀର ପ୍ରତି ସ୍ଥାନରେ ଲୋକେ ବାବୁଙ୍କ ସମର୍ଥନରେ ଆଲୋଚନା କଲେଣି। ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପିର ଶକ୍ତି ବୃଦ୍ଧି ଦିନକୁ ଦିନ ବଢ଼ିବାରେ ଲାଗିଛି।