ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ବାଲେଶ୍ୱରରୁ ଲଢିବେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର, ୧୧/୦୪/୨୦୨୪: ଆଜି ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲେଶ୍ୱର ଲୋକସଭା ଆସନ ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସାଂସଦ ପ୍ରାର୍ଥୀ କରିଛି ବିଜେଡ଼ି। ସେହିପରି ଅବଶିଷ୍ଟ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା:

ଭୁବନେଶ୍ଵର-ମଧ୍ୟ: ଅନନ୍ତ ନାରାୟଣ ଜେନା
ବାଲିଗୁଡ଼ା: ଚକ୍ରମଣି କହଁର
ଲକ୍ଷ୍ମୀପୁର: ପ୍ରଭୁ ଜାନୀ
ପାରାଦୀପ: ଗୀତାଞ୍ଜଳି ରାଉତରାୟ
ସମ୍ବଲପୁର: ପ୍ରସନ୍ନ ଆଚାର୍ଯ୍ୟ
ରାଇରାଖୋଲ: ରୋହିତ ପୂଜାରୀ
ତେଲକୋଇ : ମାଧବ ସର୍ଦ୍ଦାର
ତାଳଚେର: ବ୍ରଜ ପ୍ରଧାନ
ନର୍ଲା: ମନୋରମା ମହାନ୍ତି