ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।

ରାଉରକେଲାରୁ ଦିଲ୍ଲୀପ, ଜଗତସିଂହପୁରରୁ ଅମରେନ୍ଦ୍ର

ଭୁବନେଶ୍ବର, ୧୬/୦୪/୨୦୨୪: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୨୧ ଜଣିଆ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି ବିଜେପି। ବହୁଚର୍ଚ୍ଚିତ ରାଉରକେଲା ବିଧାନସଭା ସିଟ୍ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପୂର୍ବରୁ ଅନୁମାନ କରା ଯାଉଥିବା ରାଉରକେଲା ସିଟ ପାଇଁ ଦିଲ୍ଲୀପ ରାୟଙ୍କୁ ସ୍ଥାନ ମିଳିବ ବୋଲି ଆଜି ତା’ର ପୂର୍ଣ୍ଣଚ୍ଛେଦ ପଡ଼ିଛି। ରାଉରକେଲାରୁ ଦିଲୀପ ରାୟ ନିର୍ବାଚନ ଲଢିବେ ବୋଲି ଜଣାପଡ଼ିଛି।

ସେହିପରି ଏବେ ଏବେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅମରେନ୍ଦ୍ର ଦାଶଙ୍କୁ ମଧ୍ୟ ଟିକେଟ ମିଳିଛି। ଜଗତସିଂହପୁର ଜିଲ୍ଲାର ବିଜେଡିର ଜଣେ ଦକ୍ଷ ସଂଗଠକ ଥିବା ବେଳେ ଜିଲ୍ଲା ସଭାପତି ମଧ୍ୟ ଥିଲେ। ଗତ ଦୁଇ ଦିନ ପୂର୍ବରୁ ତାଙ୍କ ସମର୍ଥକ ଓ ସାଧାରଣ ଜନତାଙ୍କ ଚାପରେ ବିଜେଡି ଛାଡିଥିଲେ। ତାଙ୍କର ସାଂଗଠନିକ ଦକ୍ଷତା ଓ ଲୋକପ୍ରିୟତାକୁ ଆଧାର କରି ବିଜେପି ପକ୍ଷରୁ ଅମରେନ୍ଦ୍ରଙ୍କୁ ଟିକେଟ ଦିଆଯାଇଛି। ଅନ୍ୟପକ୍ଷରେ ଜଗତସିଂହପୁରରେ ଚଳିତ ନିର୍ବାଚନରେ ଜୋରସୋର ଲଢେଇ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।

ବିଧାନସଭା ପ୍ରାର୍ଥୀଙ୍କ ତାଲିକା:

ରାଉରକେଲା: ଦିଲ୍ଲୀପ ରାୟ
ପାଟଣା: ଅଖିଳ ଚନ୍ଦ୍ର ନାୟକ
ସାରସକଣା: ଭାଦବ ହାଁସଦା
ରାଇରଙ୍ଗପୁର: ଜୋଲେନ୍ ବରଦା
ବାଙ୍ଗିରପୋଷି: ସଞ୍ଜଳି ମୁର୍ମୁ
କରଞ୍ଜିଆ: ପଦ୍ମଚରଣ ହିବ୍ରୁ
ଝରିଗାଁ: ନରସିଂହ ଭତ୍ରା
ଡାବୁଗାଁ: ସୋମନାଥ ପୂଜାରୀ
ରାଜନଗର: ଲଳିତ ବେହେରା
ବାଲିକୁଦା: ସତ୍ୟ ସାରଥୀ ମହାନ୍ତି
ଜଗତସିଂହପୁର: ଅମରେନ୍ଦ୍ର ଦାଶ
କାକଟପୁର: ବାଇଧର ମଲ୍ଲିକ
ରଣପୁର: ସୁରମା ପାଢ଼ୀ
ସାନଖେମୁଣ୍ଡି: ଉତ୍ତମ କୁମାର ପାଣିଗ୍ରାହୀ
ମୋହନା: ପ୍ରଶାନ୍ତ ମଲ୍ଲିକ
ବିଷମ କଟକ: ଜଗନ୍ନାଥ ନନ୍ଦ୍ରୁକା
ରାୟଗଡ଼ା: ବସନ୍ତ କୁମାର ଉଲ୍ଲାକା
ଲକ୍ଷ୍ମୀପୁର: କୈଳାସ କୁଲେସିକା
କୋଟପାଡ: ରୁପୁ ଭତ୍ରା
ପଟ୍ଟାଙ୍ଗୀ: ଚୈତନ୍ୟ ନନ୍ଦିବାଲି
ଚିତ୍ରକୋଣ୍ଡା: ଡମ୍ବରୁ ସିସା