ପ୍ରକାଶ ପାଇଲା ଆଇଏଏସ୍ ରେଜଲ୍ଟ ୨୦୨୩

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି।

ଦ୍ୱିତୀୟ ରାଙ୍କରେ ଓଡ଼ିଆ ପୁଅ ଅନିମେଶ

ନୂଆଦିଲ୍ଲୀ,୧୬/୦୪/୨୦୨୪: ଆଜି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ୧୦୧୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ। ଆଉ ଦ୍ୱିତୀୟ ରାଙ୍କରେ ଅଛନ୍ତି ଅନିମେଶ ପ୍ରଧାନ ଏବଂ ତୃତୀୟ ରାଙ୍କରେ ଦୁନୂରୁ ଅନନ୍ୟା ରେଡ୍ଡୀ। । ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା ଅନିମେଶ ପ୍ରଧାନ ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳର ଭାଲୁଗୁଡିଆ ଗ୍ରାମର ସ୍ୱର୍ଗତ ପ୍ରଭାକର ପ୍ରଧାନ ଏବଂ ସ୍ୱର୍ଗତ ଅରୁଣା ପାତ୍ରଙ୍କ ପୁଅ। ସେହିପରି ଓଡିଶାର ୩୬ ନମ୍ବର ରାଙ୍କରେ ଆୟୁଷୀ ପ୍ରଧାନ ଓ ୫୨ ନମ୍ବର ରାଙ୍କରେ ଜୟଶ୍ରୀ ପ୍ରଧାନ ରହିଛନ୍ତି।