ଘରେ ଘରେ ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟର ବାର୍ତ୍ତା ପହଞ୍ଚାଇବାକୁ ପ୍ରଣବଙ୍କ ଆହ୍ୱାନ

ଜିଲ୍ଲା ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦେବଗଡରେ ବିଜେଡିର ଜିଲ୍ଲା କାର୍ଯ୍ୟାଳୟ ନିକଟରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଦେବଗଡରେ ବିଜେଡିର କର୍ମୀ ସମ୍ମିଳନୀ

ଭୁବନେଶ୍ବର, ୨୦/୦୪/୨୦୨୪: ଦେବଗଡ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ନିକଟରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ କର୍ମକର୍ତ୍ତା ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ । ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ବାର୍ତ୍ତା ପ୍ରତ୍ୟେକ ପରିବାରରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ପ୍ରଣବ ପ୍ରକାଶ ଆହ୍ୱାନ କରିଥିଲେ ।

ସେହିଭଳି ଦେବଗଡରେ ଦଳୀୟ ସଂଗଠନକୁ ସୁଦୃଢ କରି ବିଜେଡିକୁ ଏକ ବଡ ବିଜୟ ଦିଗରେ ନିଆଯିବ । ସେନେଇ ଉପସ୍ଥିତ ହଜାର ହଜାର ଦଳୀୟ କର୍ମୀ ସଂକଳ୍ପ କରିଥିଲେ । ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ବିରୋଧ କରୁଥିବା ଦେବଗଡ ବିଧାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥାଇ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ କେନ୍ଦ୍ରୀୟ ବିଦ୍ୟାଳୟଟିଏ ମଧ୍ୟ କରିପାରିନଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ମିଥ୍ୟା ପ୍ରତିଶୃତିକୁ ଜନସାଧାରଣ ଉଚିତ ଜବାବ ଦେବେ ବୋଲି ସଭାରେ ମତପ୍ରକାଶ ପାଇଥିଲା ।