ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ବର୍ଷାଙ୍କୁ ମିଳିଲା ଟିକେଟ

ଭୁବନେଶ୍ୱର,୨୦/୦୪/୨୦୨୪: ନିର୍ବାଚନ ତାରିଖ ଖୁବ ଶୀଘ୍ର ପାଖେଇ ଆସୁଥିବା ବେଳେ ବିଜେଡି ଜାରି କରିଛି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ନିକଟରେ ଶାସକ ଦଳରେ ଯୋଗ ଦେଇଥିବା ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଛି ଟିକେଟ। ବର୍ଷା ବଡ଼ଚଣାରୁ ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳିଛି।

ବିଧାନସଭା ପ୍ରାର୍ଥୀ ତାଲିକା:

ଚିଲିକା- ରଘୁନାଥ ସାହୁ
ଆନନ୍ଦପୁର- ଅଭିମନ୍ୟୁ ସେଠୀ
ସାରସକଣା- ଦେବାଶିଷ ମାରାଣ୍ଡି
କରଞ୍ଜିଆ- ବାସନ୍ତୀ ହେମ୍ବ୍ରମ
ରେମୁଣା- ବିଦ୍ୟାସ୍ମିତା ମହାଲିକ
ସେମୁଳିଆ- ସୁଭାସିନୀ ସାହୁ
ବଡ଼ଚଣା- ବର୍ଷା ପ୍ରିୟଦର୍ଶିନୀ
କେନ୍ଦ୍ରାପଡ଼ା- ଗଣେଶ୍ୱର ବେହେରା
ଚମ୍ପୁଆ- ସନାତନ ମହାକୁଡ଼