ଟିକେଟ ଆଶାୟୀ ଛାଡୁଛନ୍ତି ଦଳ

ସମ୍ବଲପୁରର ପୂର୍ବତନ ବିଧାୟିକା ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ବିଜେଡି ଛାଡିଲେ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ବର, ୨୩/୦୪/୨୦୨୪: ଦଳ ଛାଡିଛନ୍ତି ଟିକେଟ ଆଶାୟୀ। ବିଜେଡି ଛାଡିଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ଦଳର ପ୍ରାଥମିକ ସଦସ୍ୟ ପଦ ସହ ଅନ୍ୟାନ୍ୟ ପଦରୁ ମଧ୍ୟ ଇସ୍ତଫା ପତ୍ର ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ରାସେଶ୍ୱରୀ।

ଉଲ୍ଲେଖଯୋଗ୍ୟ ଯେ, ରାସେଶ୍ୱରୀ ପାଣିଗ୍ରାହୀ ପୂର୍ବରୁ ସମ୍ବଲପୁରର ବିଧାୟିକା ଥିଲେ। ସେ ଅନେକ ବର୍ଷ ଧରି ରାଜନୀତିରେ ଜଡିତ ଥିଲେ। ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ ସମ୍ବଲପୁର ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ନିର୍ବାଚନରେ ହାରିବା ପରେ ୨୦୨୪ ନିର୍ବାଚନ ପାଇଁ ଟିକେଟ ଆଶାୟୀ ଥିଲେ। ହେଲେ, ଚଳିତ ଥର ମଧ୍ୟ ଟିକେଟ ନ ମିଳିବାରୁ ସେ ଦଳ ଛାଡିଛନ୍ତି ବୋଲି ସୂଚନା ମିଳିଛି।