ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର

ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ବୁର୍ଲା ଭିମସାରରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

ରକ୍ତ ଅଭାବରୁ ଜୀବନହାନୀ ନହେଉ: ପ୍ରଣବ

ଭୁବନେଶ୍ବର, ୨୫/୦୪/୨୦୨୪: “କଥା ରେ ଅଛି ରକ୍ତଦାନ ମହତ୍ ପୁଣ୍ୟ”। ରକ୍ତଦାନଠୁ ବଡ଼ ପୁଣ୍ୟ କିଛି ନାହିଁ। ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ବୁର୍ଲା ଭିମସାରରେ ଆୟୋଜିତ ରକ୍ତଦାନ ଶିବିରରେ ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ରକ୍ତଦାନ କରିଥିଲେ। ରକ୍ତ ଅଭାବରୁ କାହାର ଜୀବନହାନୀ ନହେଉ ସେଥିଲାଗି ଜାଗ୍ରତ ହେବା, ରକ୍ତଦାନ କରି ଜୀବନ ବଞ୍ଚାଇବା ଏବଂ କୌଣସି ବି ଲୋକ ରକ୍ତ ଲାଗି କୌଣସି ପ୍ରକାର ହଇରାଣ ନ ହୁଅନ୍ତୁ। ବୋଲି ପ୍ରଣବ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସମ୍ବଲପୁର ବାସୀ ମୋର ପରିବାର, ତାଙ୍କ ସୁଖ ଦୁଃଖରେ ଠିଆ ହେବା ତଥା ତାଙ୍କ ପାଇଁ ଲଢ଼ିବାକୁ ମୁଁ କେବେ ପଛଘୁଞ୍ଚା ଦେବି ନାହିଁ। ସମ୍ବଲପୁର ବାସୀଙ୍କର ପ୍ରତ୍ୟେକ ଜନସାଧାରଣଙ୍କ ସୁସ୍ଥ ଶରୀର ପାଇଁ ମା ସମଲେଇଙ୍କ ନିକଟରେ ପ୍ରାର୍ଥନା କରିଛି।