ଆଜି ସରିବ ନାମାଙ୍କନପତ୍ର ଦାଖଲ

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ନାମାଙ୍କନପତ୍ର ଦାଖଲ ସରିବ।

୨୯ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର

ଭୁବନେଶ୍ବର, ୨୪/୦୪/୨୦୨୪: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ ପତ୍ର ଦାଖଲ। ନାମାଙ୍କନପତ୍ର ଦାଖଲ ପାଇଁ ଏପ୍ରିଲ ୨୫ ଯାଏ ସମୟ ଥିବା ନିର୍ବାଚନ ଆୟୋଗ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟସୂଚୀରେ କୁହାଯାଇଥିଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କଳାହାଣ୍ଡି, ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁରର ୪ଟି ଲୋକସଭା ଆସନ ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା ଆସନରେ ମତଦାନ ହେବ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୨୦୨୪ ଏପ୍ରିଲ ୧୮ତାରିଖରୁ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହିପରି ଏପ୍ରିଲ ୨୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ଏପ୍ରିଲ ୨୯ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ଗତ କାଲି ସୁଦ୍ଧା କଳାହାଣ୍ଡିରେ ୧୭ ଜଣ, କୋରାପୁଟରେ ୧୬ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।