ମଧୁ ବାବୁଙ୍କ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମଧୁବାବୁଙ୍କ ଅବଦାନ ସର୍ବଦା ସ୍ମରଣୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୮/୦୪/୨୦୨୪: ବିଶିଷ୍ଟ କବି ତଥା ସ୍ୱାଧୀନତା ସଂଗ୍ରାମୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମଧୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ, ଶିଳ୍ପ, ଶିକ୍ଷା, ସାହିତ୍ୟର ପ୍ରଚାର ପ୍ରସାର ଓ ଓଡ଼ିଆ ଭାଷାର ସୁରକ୍ଷା କ୍ଷେତ୍ରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅମୂଲ୍ୟ ଅବଦାନ ସବୁଦିନ ପାଇଁ ସ୍ମରଣୀୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି।

ଉତ୍କଳ ଗୌରବ ମଧୁସୂଦନ ଦାସ କଟକର ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିବା ବେଳେ ସେ ଓଡିଶାବାସୀଙ୍କ ପାଇଁ ମଧୁ ବାବୁ ନାମରେ ପରିଚିତ। ମଧୁ ବାବୁଙ୍କୁ ‘ଗ୍ରାଣ୍ଡ ଓଲ୍ଡ ମ୍ୟାନ୍’ ଓ ‘ଉତ୍କଳ ଗୌରବ’ ଉପାଧି ହାସଲ କରିଥିଲେ।