ଅରୁଣ ଓ ଇରାନୀଙ୍କ ନେତୃତ୍ୱରେ ଦମ ଦେଖାଇଲା ବିଜେଡି

ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ଭାରତରେ ଏକ ଶୃଙ୍ଖଳିତ ଦଳ ଭାବେ ଉଭା ହୋଇଛି।

୧୦ ହଜାର କର୍ମୀଙ୍କୁ ନେଇ ଫ୍ଲାଗ ମାର୍ଚ୍ଚ

ନୟାଗଡ଼,୨୮/୦୪/୨୦୨୪: ନୟାଗଡ଼ ଜିଲ୍ଲା ସଦରମହକୁମାରେ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଏବଂ ସହ ପର୍ଯ୍ୟବେକ୍ଷକ ଇରାନୀ ରାୟଙ୍କ ନେତୃତ୍ୱରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୧୦ ହଜାର କର୍ମୀ ଓ ୧୦ ହଜାର ପତାକାକୁ ନେଇ ଅନୁଷ୍ଠିତ ଫ୍ଲାଗ ମାର୍ଚ୍ଚ ଭୋଟରଙ୍କ ମନରେ ନୂଆ ଶୀହରଣ ସୃଷ୍ଟି କରିଛି । ନୟାଗଡ଼ ଦୁର୍ଗାପ୍ରସାଦ ନିକଟସ୍ଥ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରୁ ଯୁବ ଓ ଛାତ୍ରଙ୍କୁ ନେଇ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ ନୟାଗଡ଼ ଦକ୍ଷିଣକାଳୀ ପଡ଼ିଆରେ ଏହା ଉଦଯାପିତ ହୋଇଛି । ନୟାଗଡ଼ରେ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେଉଥିବା ବେଳେ ବିରୋଧି ଦୁର୍ବଳ ହେବାରେ ଲାଗିଛନ୍ତି । ଦୃଢ଼ ସଂଗଠକ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ନିଷ୍ଠା ଓ ପ୍ରଚେଷ୍ଟା ସହ ଇରାନୀ ରାୟଙ୍କ ସମର୍ଥକ ସାମିଲ ହେବା ପରେ ବିଜେଡି ଶକ୍ତିଶାଳୀ ହେଉଛି । ଏହି କିଛିଦିନ ମଧ୍ୟରେ ୧୫ ଶହରୁ ଉର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଯାହାର ପ୍ରଭାବ ଆଜିର ଶୋଭାଯାତ୍ରାରେ ଦେଖିବାକୁ ମିଳିଛି । ନୟାଗଡ଼ ଦୁର୍ଗାପ୍ରସାଦଠାରୁ ଶୋଭାଯାତ୍ରା ନୟାଗଡ଼ ପୁରୁଣାସହର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ସମସ୍ତଙ୍କ ହାତରେ ଦଳୀୟ ପତାକା ଆକଶଶୁମ୍ଭି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୟାଗଡ଼ ପ୍ରତି ରହିଥିବା ଭଲପାଇବା ଏବଂ ନୟାଗଡ଼ ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ରହିଥିବା ସ୍ନେହ ଓ ସମ୍ମାନର ଏହା ପ୍ରତିଫଳନ ବୋଲି ବିଧାୟକ ଡ. ସାହୁ କହିଛନ୍ତି । ନୟାଗଡ଼ ବାସୀ ସରକାରଙ୍କ ପ୍ରତିଟି ଜନହିତକର ଯୋଜନାରେ ସାମିଲ ହୋଇ ଏହାର ଉପକାର ପାଉଛନ୍ତି । ଏଣୁ ବିଜୁ ଜନତା ଦଳ ପ୍ରତି ସମର୍ଥନ ବଢ଼ି ଚାଲିଛି ବୋଲି କହିଛନ୍ତି । ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ଭାରତରେ ଏକ ଶୃଙ୍ଖଳିତ ଦଳ ଭାବେ ଉଭା ହୋଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଶାନ୍ତି ପ୍ରତିଷ୍ଠା ପାଇଁ ଉନ୍ନତି ସମ୍ଭବ ହୋଇଛି । ଆଜି ଯୁବ ଓ ଛାତ୍ର ବନ୍ଧୁମାନେ ଫ୍ଲାଗମାର୍ଚ୍ଚ କରି ଉଦାହରଣ କରିଛନ୍ତି । ଆମେ ସମସ୍ୟା ବିରୁଦ୍ଧରେ ଲଢ଼ୁଛୁ, ବିରୋଧି ଆମ ବିରୁଦ୍ଧରେ ଲଢ଼େଇ କରୁଛନ୍ତି ବୋଲି ବିଧାୟକ ଡ. ସାହୁ କହିଛନ୍ତି । ୧୦ ହଜାରରୁ ଉର୍ଦ୍ଧ୍ୱ ଯୁବ ସମାଜ ଆଜି ପ୍ଲାଗମାର୍ଚ୍ଚ କରି ନବୀନ ବାବୁଙ୍କ ସହ ଓ ବିଜୁ ଜନତା ଦଳ ସହ ରହିଛନ୍ତି ବୋଲି ପ୍ରମାଣ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିରାଜାଲକ୍ଷ୍ମୀ ସାହୁ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସା ଜେନା, ବ୍ଲକ ବିଜେଡି ସଭାପତି ଅଜିତ୍ ପ୍ରସାଦ ସାହୁ, ଆମ ଓଡ଼ିଶା-ନବୀନ ଓଡ଼ିଶା ଜିଲ୍ଲା ସଂଯୋଜକ ଗଙ୍ଗାଧର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ଆଶିଷ ଅଗ୍ରୱାଲ୍‌, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ନୟାଗଡ଼ ଜିଲ୍ଲା ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡାଙ୍କ ସମେତ ସରପଞ୍ଚ ଓ ସମିତିସଭ୍ୟ ଯୋଗ ଦେଇଥିଲେ ।