ହାତ ଧରିଲେ ଦେବାଶିଷ ନାୟକ

କଂଗ୍ରେସରେ ଯୋଗ ଦେଇଛନ୍ତି ବରିଷ୍ଠ ନେତା ଦେବାଶିଷ ନାୟକ।

ଟିକେଟ ନ ପାଇ ହତାଶ

ଭୁବନେଶ୍ବର, ୦୪/୦୫/୨୦୨୪: ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ବରିଷ୍ଠ ନେତା ଦେବାଶିଷ ନାୟକ। କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ବିଜେପି ଆଗାମୀ ନିର୍ବାଚନ ପାଇଁ ଟିକେଟ ନ ଦେବାରୁ ସେ ଦଳ ଅଦଳବଦଳ କରିଛନ୍ତି।

ବରୀ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଦେବାଶିଷ ପ୍ରଥମେ ୨୦୦୦ ମସିହାରେ ବିଜେଡିରେ ଯୋଗ ଦେଇଥିଲେ। ୨୦୦୦ରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ବିଜେଡିରୁ ବିଧାୟକ ଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି ଟିକେଟ ନ ଦେଇଥିଲେ ମଧ୍ୟ ସେ ୨୦୨୪ ଫେବୃଆରୀ ୨୫ ପର୍ଯ୍ୟନ୍ତ ବିଜେଡି ସହ ଜଡ଼ିତ ଥିଲେ। କିନ୍ତୁ ଗତ ଫେବୃଆରୀ ମାସରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ଦେବାଶିଷ। ହେଲେ ୨୦୨୪ରେ ମଧ୍ୟ ତାଙ୍କୁ ବିଜେପି ପକ୍ଷରୁ ଟିକେଟ ନ ମିଳିବାରୁ ସେ ହତାଶ ହୋଇ କଂଗ୍ରେସରେ ଯୋଗ ଦେଇଛନ୍ତି।