ଟିକେଟ ଫେରାଇଲେ କଂଗ୍ରେସ ସାଂସଦ ପ୍ରାର୍ଥୀ

ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ପାଣ୍ଠି ଅଭାବରୁ ଟିକେଟ ଫେରାଇ ଦେଇଛନ୍ତି।

ପାଣ୍ଠି ବିନା ଲଢିବା ଅସମ୍ଭବ

ଭୁବନେଶ୍ବର, ୦୪/୦୫/୨୦୨୪: ଟିକେଟ ଫେରାଇଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ। ପୁରୀର କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ପାଣ୍ଠି ଅଭାବରୁ ଟିକେଟ ଫେରାଇ ଦେଇଛନ୍ତି। ନିର୍ବାଚନ ଲଢିବା ପାଇଁ ଯେତିକି ପାଣ୍ଠି ଆବଶ୍ୟକ ତାହାର ଅଭାବ ହେତୁ ସେ ଟିକେଟ ଫେରାଇ ଦେଇଛନ୍ତି ବୋଲି କହିଛନ୍ତି।

ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଏକ ଇ-ମେଲ ଜରିଆରେ ଟିକେଟ ଫେରାଇ କହିଛନ୍ତି, “ଦଳ ପାଣ୍ଠି ବିନିଯୋଗ ନ କରିବାରୁ ପୁରୀ ସଂସଦୀୟ କ୍ଷେତ୍ରରେ ଯଥେଷ୍ଟ ମାତ୍ରାରେ ପ୍ରଚାର ପ୍ରଭାବିତ ହୋଇଛି। ମୁଁ ଜଣେ ବେତନଭୋଗୀ ବୃତ୍ତିଗତ ସାମ୍ବାଦିକା ଥିଲି। ୧୦ ବର୍ଷ ପୂର୍ବେ ରାଜନୀତିରେ ପ୍ରବେଶ କରିଥିଲି। ମୋ ପାଖରେ ଯାହା ଥିଲା ତାହା ମୁଁ ପୁରୀରେ ମୋର ପ୍ରଚାରରେ ଲଗାଇ ଦେଇଛି। କିନ୍ତୁ ପ୍ରଗତିଶୀଳ ରାଜନୀତି ପାଇଁ ମୁଁ ଏକ ସାର୍ବଜନୀନ ଭାବରେ ଦାନ ଆଣିବା ପାଇଁ ଚେଷ୍ଟା କରିଥିଲି, ହେଲେ ବିଶେଷ ସଫଳତା ପାଇଲି ନାହିଁ। ମୁଁ ପ୍ରଚାର ଖର୍ଚ୍ଚକୁ ହ୍ରାସ କରିବାକୁ ମଧ୍ୟ ଚେଷ୍ଟା କରିଥିଲି। ଯେହେତୁ ମୁଁ ନିଜେ ପାଣ୍ଠି ସଂଗ୍ରହ କରିପାରିଲି ନାହିଁ, ମୁଁ ଦଳର ଆବଶ୍ୟକତା ଲୋଡିଲି। କଂଗ୍ରେସ ଯଦି ଦଳୀୟ ପାଣ୍ଠି ନ ଦିଏ ତାହାଲେ ନିର୍ବାଚନ ଜିତିବା ଅସମ୍ଭବ।”