ବିଜେପିର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି

ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି।

ହଟିଲେ ଅପରାଜିତା, ସ୍ଥାନ ପାଇଲେ ହେମା ମାଳିନୀ

ଭୁବନେଶ୍ବର,୦୭/୦୫/୨୦୨୪: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ପୂର୍ବରୁ ଜାରି ହୋଇଥିବା ଷ୍ଟାର ପ୍ରଚାରକ ତାଲିକା ସଂଶୋଧନ କରାଯାଇ ନୂତନ ତାଲିକା ପ୍ରକାଶ ପାଇଛି।

ନୂତନ ତାଲିକା ଅନୁଯାୟୀ, ପୁରୀ ଓ ଭୁବନେଶ୍ୱର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇ ପ୍ରାର୍ଥୀ ସମ୍ବିତ ପାତ୍ର ଓ ଅପରାଜିତା ଷଡ଼ଙ୍ଗୀଙ୍କୁ ବାଦ୍ ଦିଆଯାଇଥିବା ବେଳେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ ଛତିଶଗଡ଼ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ କେଦାର ନାଥ କଶ୍ୟପଙ୍କୁ ମଧ୍ୟ ପ୍ରଚାର ତାଲିକାରୁ ହଟାଇ ଦିଆଯାଇଛି।

ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବଲିଉଡ଼ ଅଭିନେତ୍ରୀ ହେମା ମାଳିନୀ ଏବଂ ବାଙ୍ଗାଲୋର ଦକ୍ଷିଣରୁ ବିଜେପି ସାଂସଦ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ, ବିଜେପିର ପୂର୍ବତନ ରାଜ୍ୟ ସଭାପତି ବିମ୍ବାଧର କୁଆଁର ଓ ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତିଙ୍କୁ ସାମିଲ କରାଯାଇଛି।