ଭୋଟ ଦେଲେ ମୋଦି, ଶାହ

ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ମତଦାନ କରିଛନ୍ତି।

ଜନସାଧାରଣଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କଲେ

ନୂଆଦିଲ୍ଲୀ,୦୭/୦୫/୨୦୨୪: ଦେଶରେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବା ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦେଇଛନ୍ତି। ଗାନ୍ଧିନଗର ନିର୍ବାଚନ ମଣ୍ଡଳୀରେ ମୋଦି ଭୋଟ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗୁଜରାଟର ଅହମ୍ମଦାବାଦସ୍ଥିତ ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟ୍ ଦେଇଥିଲେ।

ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଭୋଟ ଦେଇଛନ୍ତି। ଅହମଦାବାଦର ନାରଣପୁରାଳ ଅଞ୍ଚଳର କାମେଶ୍ୱର ମହାଦେବ ମନ୍ଦିର ନିକଟରେ ଥିବା ସବ୍ ଜୋନାଲ କାର୍ଯ୍ୟାଳୟରେ ଥିବା ମତଦାନ କେନ୍ଦ୍ରରେ ଅମିତ ଶାହା ଭୋଟ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଏପ୍ରିଲ ୧୯ତାରିଖରୁ ଆରମ୍ଭ ହୋଇଥିବା ନିର୍ବାଚନ ଜୁନ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ମତଦାନ ହେବ। ଜୁନ ୪ରେ ଭୋଟ ଗଣତି ହେବ।