ବିଜେଡ଼ିରେ ଯୋଗଦେଲେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସର ରାଜ୍ୟ କର୍ମକର୍ତ୍ତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲେ।

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର, ୦୭/୦୫/୨୦୨୪: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସର ରାଜ୍ୟ କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ୨୦୨୪ ସାଧାରଣ ନିର୍ବାଚନର ଭୁବନେଶ୍ୱର ବିଜେଡ଼ି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଶତାଧିକ ବିଜେପି ଓ କଂଗ୍ରେସ ରାଜ୍ୟ କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ଜେନା, ଶ୍ରୀ ରାଉତରାୟ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଜେନା, ଶ୍ରୀ ରାଉତରାୟ ଓ ଡକ୍ଟର ପାତ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ଓ କଂଗ୍ରେସ ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ପରୱାନା ପରବିନ, ଜହର ଅଲ୍ଲୀ ଖାନ, ଗୁରୁବାରୀ ନାୟକ, ସସ୍ମିତା ନାୟକ, ଅଞ୍ଜନା ସାମଲ, ଦେବରାଜ ସେନାପତି, ଛାୟା ନାୟକ, ଲିପି ନାୟକ, ଶିବେନ୍ଦ୍ର ପ୍ରଧାନ, ରାକେଶ କୁମାର ବେହେରା, ଅଜୟ କୁମାର ବେହେରା, ଦିପକ ବେହେରା, ଅବନି ସାହୁ, ପୂଜା ସାହୁ, ପିଙ୍କି ନାୟକ, ରମା ଦେଇ, ଲକ୍ଷ୍ମୀପ୍ରିୟା ନାଏକ, ସିଶୁଳା ନାୟକ, କାଜଲ ବେହେରା, ପ୍ରମିଳା ବାରିକ, କଳ୍ପନା ବାରିକ, ଉର୍ମିଳା ବାରିକ, ଆଞ୍ଚଲି ଦାସ, ଅହଲ୍ୟା ପ୍ରଧାନ, ଭାନୁ ପ୍ରଧାନ, ସୁଭାସିନି ସାହୁ, ଗଣପତି ବେହେରା, ପାର୍ବତୀ ବେହେରା, ଟୁନୁ ନାଏକ, ଦୁବ ନାଏକ, ଉଷା ରେଡ୍ଡୀ, ମଞ୍ଜୁ ରେଡ୍ଡୀ, ହୁନା ରାଣୀ ରେଡ୍ଡୀ, ସରିତା ପାଲ, ଗୀତାଞ୍ଜଳି ଦାସ, ରାଜଲକ୍ଷ୍ମୀ ନାୟକ, ସଙ୍ଗୀତା ପାଣି, କରିସ୍ମା ବେହେରା, ତପି ପାଣି, ରାଜଶ୍ରୀ ମିଶ୍ର, ଶ୍ରଦ୍ଧା ନାୟକ, ନିଶା ନାୟକ, ଜିନା ମହାନ୍ତି, ମାମାଲି ନାୟକ, ଦୀପକ ରଞ୍ଜନ ବେହେରା, ଆଶୁତୋଷ ପଣ୍ଡା, ସରବଜିତ ସାହୁ, ଚନ୍ଦନ ବେହେରା, ରାକେଶ ମଲିକ, ପୁଟନା ନାୟଡୁ, ଝରି ନାୟଡୁ, ସୋମନାଥ ମଲ୍‌ଲିକ, ଶୁଭକାନ୍ତ ପାତ୍ର, ରଞ୍ଜିତା ବେହେରା, ଦୀନବନ୍ଧୁ ଦାସ, ଶାନ୍ତିଲତା ବାରିକ, ଗଗନ ବାରିକ, କିନା ବେହେରାଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ସର୍ବଶ୍ରୀ ଶ୍ରୀଧର ଜେନା, ରଞ୍ଜୁଲତା ରାୟ, ଆସିୟା ବେଗମ, ପଦ୍ମଜା ପ୍ରିୟଦର୍ଶିନୀ ଜେନା, କୁମରେନ୍ଦ୍ର ମହାପାତ୍ର, ସମିତା ମହାନ୍ତି, ଆଶିଷ ପଟ୍ଟନାୟକ, ପୁଷ୍ପା ରାଉତ, ଅଲିଅଳି ମଲ୍ଲିକ, ସ୍ମୃତିରେଖା ବରିସାଲ ଉପସ୍ଥିତ ଥିଲେ ।