ଭେଡେନରେ ପାଣ୍ଡିଆନଙ୍କ ପ୍ରଚାର

ଭେଡେନରେ ଲୋକଙ୍କୁ କାମର ହିସାବ ଦେଇଛନ୍ତି ପାଣ୍ଡିଆନ।

ଓଡ଼ିଶା ମା’ର ସେବା ମୁଖ୍ୟମନ୍ତ୍ରୀଙ୍କର ଧର୍ମ

ଭୁବନେଶ୍ବର, ୦୮/୦୫/୨୦୨୪: ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ବିକାଶମୂଳକ କାର୍ଯ୍ୟର ହିସାବ ଦେଉଛନ୍ତି ପାଣ୍ଡିଆନ। ଆଜି ଭେଡେନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ କାମର ହିସାବ ଦେଇଛନ୍ତି ପାଣ୍ଡିଆନ।

ପାଣ୍ଡିଆନ କହିଛନ୍ତି, ନବୀନ ପଟ୍ଟନାୟକ ଲୋକଙ୍କୁ କାମର ହିସାବ ଦିଅନ୍ତି। ଅନ୍ୟ କେଉଁ ମୁଖ୍ୟମନ୍ତ୍ରୀ ଦିଅନ୍ତି କି ? ଓଡ଼ିଶା ମା’ର ସେବା ମୁଖ୍ୟମନ୍ତ୍ରୀଙ୍କର ଧର୍ମ। ନବୀନଙ୍କ ସରକାର ହେଉଛି ମା’ମାନଙ୍କ ସରକାର ଚାଷୀ ଭାଇଭଉଣୀଙ୍କ ସରକାର ଯୁବକମାନଙ୍କ ସରକାର। ଆଜିର ଜନସମୁଦ୍ର ବିରୋଧୀଙ୍କ ମନୋବଳ ଭାଙ୍ଗି ଦେଇଛି। ବିରୋଧୀ ନିଜେ କାମ କରିବେନି କି କାହାକୁ କରାଇ ବି ଦେବେ ନାହିଁ।

୨୦୧୪ ରୁ ୨୦୧୯ ଓ ୨୦୨୪ ସବୁବେଳେ ଗୋଟିଏ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର। ଏମ୍‍.ଏସ୍‍.ପି ଦୁଇଗୁଣ କରିବି। ହେଲେ, ୧୦ ବର୍ଷରେ ହେଲାନି ଆଉ କ’ଣ କରିବେ। ଶୋଇବା ଲୋକ କୁ କିଏ ଉଠାଇବ। ମା ସମଲେଇ ସେମାନଙ୍କୁ ସଦ୍‍ବୁଦ୍ଧି ଦିଅନ୍ତୁ। ବିକାଶକୁ ବିରୋଧ କରନ୍ତୁ ନାହିଁ। ଲୋକଙ୍କ କାମରେ ବାଧା ଦିଅନ୍ତୁ ନାହିଁ।