ପଦମପୁରରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି ପାଣ୍ଡିଆନ।

ବିକାଶ ବିରୋଧୀଙ୍କୁ ମୁହଁତୋଡ ଜବାବ ଦେବାକୁ ଆହ୍ୱାନ

ଭୁବନେଶ୍ବର, ୦୮/୦୫/୨୦୨୪: କେନ୍ଦ୍ରମନ୍ତ୍ରୀ ଫସଲ ବୀମାକୁ ସରଳ କରିବେ ବୋଲି ପ୍ରତିଶୃତି ଦେଇଥିଲେ, ଚାଷୀଙ୍କ ପାଇଁ ବହୁତ କୁମ୍ଭୀର କାନ୍ଦଣା କାନ୍ଦିଲେ, କିନ୍ତୁ କିଛି କଲେ ନାହିଁ। କେନ୍ଦ୍ରମନ୍ତ୍ରୀ ଫସଲ ବୀମାକୁ ସରଳ କରିବେ ବୋଲି ପ୍ରତିଶୃତି ଦେଇଥିଲେ, ଚାଷୀଙ୍କ ପାଇଁ ବହୁତ କୁମ୍ଭୀର କାନ୍ଦଣା କାନ୍ଦିଲେ, କିନ୍ତୁ କିଛି କଲେ ନାହିଁ। ଆଜି ପଦମପୁରରେ ନିର୍ବାଚନ ପ୍ରଚାର କରିବା ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ।

ପାଣ୍ଡିଆନ କହିଛନ୍ତି, ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ, ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ମଧ୍ୟ ଜାଗା ଚିହ୍ନଟ କରାଗଲା। କିନ୍ତୁ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। କୋର୍ଟରେ କେସ୍‌ କରି ଆପଣମାନଙ୍କ ହକ୍‌କୁ ଛଡାଇନେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେ ଯାହା କଲେ ବି ସଫଳ ହେବେ ନାହିଁ, ଆମେ ସବୁଠି ଲଢି ପଦମପୁରକୁ ଜିଲ୍ଲା କରିବୁ। କେନ୍ଦ୍ରମନ୍ତ୍ରୀ ଆସି ଏଠାରେ କହିଲେ ଆମେ ଏକ୍‌ସପ୍ରେସ୍‌ର ଟ୍ରେନର ସୁବିଧା ଦେବୁ, ରେଲୱେ ଷ୍ଟେସନ କରିବୁ, ତାଙ୍କୁ ପଚାରନ୍ତୁ ପଦମପୁରରେ କେଉଁଠି ରେଲୱେ ଜଙ୍କସନ୍‌ ଅଛି, କୋଉଠି ଟ୍ରେନ୍‌ ଯିବ, ଷ୍ଟେସନ ହେବ। ବିଜୁ ଏକ୍‌ସପ୍ରେସ ୱେ ଯୋଗୁ ସବୁଠାରୁ ଅଧିକ ଲାଭ ପାଇବ ପଦମପୁର ସବ୍‌ଡିଭିଜନ।

ଚାଷୀମାନଙ୍କ ଫସଲ ବୀମା ପାଇଁ କେନ୍ଦ୍ର ସରକାର ପ୍ରିମିଅମ ମାଗୁଛି। ନବୀନ ସରକାର ଚାଷୀଙ୍କ ପାଇଁ ପ୍ରିମିଅମ ଦେଇ ଆପଣମାନଙ୍କ ବୋଝ ହାଲ୍‌କା କରିଛନ୍ତି। କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ଜିଏସଟି ଉଠାଇବାକୁ ନବୀନ ବାବୁ ବହୁତ ଥର କେନ୍ଦ୍ରକୁ ଅନୁରୋଧ କରିଛନ୍ତି, କିନ୍ତୁ ସେମାନେ ଉଠାଇଲେ ନାହିଁ। ନବୀନ ବାବୁ କିନ୍ତୁ କେନ୍ଦୁପତ୍ର ଉପରେ ଜିଏସଟି ଉଠାଇଦେଲ ଏବଂ ବୋନସ ମଧ୍ୟ ୨୫ରୁ ବଢାଇ ୫୦ ପ୍ରତିଶତ କଲେ। ସାରା ଦେଶରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ସବୁଠାରୁ ଅଧିକ ବୋନସ ଦେଉଛନ୍ତି ନବୀନ ସରକାର। ମା ସମଲେଇଙ୍କ ପ୍ରକଳ୍ପକୁ ମଧ୍ୟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ଗୋଟିଏ ଗରିବ ଲୋକ ଜରିଆରେ ସୁପ୍ରିମ କୋର୍ଟରେ କେସ୍‌ କଲେ। ସେଠାରେ ସୁପ୍ରିମ କୋର୍ଟ ଓକିଲଙ୍କ ଫିସ୍‌ ହେଉଛି ୩୦ ଲକ୍ଷ ଟଙ୍କା, ଆପଣ ଜାଣନ୍ତୁ ଚକ୍ରାନ୍ତ କିଏ କରିଥିଲା। ନବୀନ ବାବୁ ସୁପ୍ରିମ କୋର୍ଟରେ ଲଢି ପ୍ରକଳ୍ପ କଲେ, ଆଜି ସେମାନେ ଯାଇକି ମା’ଙ୍କ ଦର୍ଶନ କରୁଛନ୍ତି। ଜଗନ୍ନାଥ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ବନ୍ଦ କରିବା ପାଇଁ ସେମାନେ ହାଇକୋର୍ଟ ସୁପ୍ରିମକୋର୍ଟ ସବୁଠି କେସ୍‌ କରିଛନ୍ତି, କିନ୍ତୁ ସଫଳ ହେଲେନି।

ପଡୋଶୀ ଛତିଶଗଡରେ ଆଜି ପର୍ଯ୍ୟନ୍ତ ନକ୍‌ସଲ ସମସ୍ୟା ଅଛି। ଡବଲ ଇଞ୍ଜିନ ସରକାର କିଛି କରିପାରୁନି। ଛତିଶଗଡ଼ ଏବେ ବି ଅଶାନ୍ତ, କିନ୍ତୁ ଓଡିଶାରେ ନବୀନ ଇଞ୍ଜିନ ସରକାର ବିକାଶ ଜରିଆରେ ନକ୍‌ସଲ ସମସ୍ୟା ଦୂର କରିଛନ୍ତି। ଓଡିଶାରେ ଶାନ୍ତି ଅଛି। ନବୀନ ସରକାର ପ୍ରତି ପଞ୍ଚାୟତକୁ କୋଟିଏ ଟଙ୍କା ଲେଖାଏ ଦେଉଛନ୍ତି। ସାରା ଭାରତରେ ପଞ୍ଚାୟତକୁ ସବୁଠାରୁ ଅଧିକ ଟଙ୍କା ଦେଉଛନ୍ତି ନବୀନ ସରକାର।

ସେହିପରି ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ବିକାଶର ହିସାବ ଦେଇଛନ୍ତି। ପାଣ୍ଡିଆନ କହିଛନ୍ତି, ପାଇକମାଳ ଏନ୍ଏସି ହେଲ। ପିଏଚସିକୁ ସିଏଚସି କରାଗଲା। ଏଠାରେ ଦୁଇ ଭଉଣୀ ପରିଣୀତା ମିଶ୍ର ଲୋକସଭା ଓ ବର୍ଷାସିଂ ବରିହା ବିଧାନ ସଭା ପାଇଁ ଛିଡା ହୋଇଛନ୍ତି। ସେମାନେ ଆପଣମାନଙ୍କ ସେବା ପାଇଁ ଆସିଛନ୍ତି। ଡବଲ ଶଙ୍ଖରେ ଭୋଟ ଦେଇ ସେମାନଙ୍କୁ ଜିତାନ୍ତୁ ଓ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରନ୍ତୁ। ବିକାଶ ବିରୋଧୀଙ୍କୁ ମୁହଁତୋଡ ଜବାବ ଦିଅନ୍ତୁ।