ଆସ୍କାରେ ବିଶାଳ ଜନସମାବେଶ ଦେଖି ମୁଖ୍ୟମନ୍ତ୍ରୀ ଉଦ୍ଭୁତ

ଆସ୍କାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

ଆଜି ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ସରପ୍ରାଇଜ!

ଭୁବନେଶ୍ବର, ୦୯/୦୫/୨୦୨୪: ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର। ପ୍ରଥମେ କନିଷି ଏବଂ ପରେ ଆସ୍କା। ଉଭୟ ସ୍ଥାନରେ ଆୟୋଜିତ ଜନସମାବେଶରେ ବିଶାଳ ଜନସଂଖ୍ୟା ଦେଖି ମୁଖ୍ୟମନ୍ତ୍ରୀ ଉଦ୍ଭୁତ। ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବା ସହ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି ଓ କହିଛନ୍ତି, ବିରୋଧୀ ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଓ ବିରୋଧୀ ନେତାମାନେ ମିଛ କହୁଛନ୍ତି। ଆପଣମାନେ କୁହନ୍ତୁ ବିଏସକେୱାଇ ଯୋଜନା ଭଲ କି? ମିଶନ ଶକ୍ତି ଭଲ କି? ଲକ୍ଷ୍ମୀ ବସ ଭଲ କି? ସ୍କଲାରସିପ୍ ଭଲ କି? କାଳିଆ ଯୋଜନା ଭଲ କି? ମଧୁବାବୁ ପେନସନ୍ ଯୋଜନା ଭଲ କି? ପୁରୀ କାମ ଭଲ କି? ନବୀନ ପଟ୍ଟନାୟକ ଭଲ କି? ଶଙ୍ଖ ଚିହ୍ନ ଭଲ କି? ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶ୍ନରେ ହଁ ଭରିଥିଲେ ସାଧାରଣ ଜନତା। ଆପଣ ମାନେ ଶଙ୍ଖ ଚିହ୍ନରେ ଭୋଟ୍ ଦିଅନ୍ତୁ। ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।

ଅନ୍ୟପକ୍ଷରେ, କାର୍ତ୍ତିକ ପାଣ୍ଡିଆନ ଉଦବୋଧନ ଦେଇ କହିଛନ୍ତି, ଏଇ ମାଟିରୁ ମହାନ ଜନନାୟକ ବିକାଶର ଯାତ୍ରା ଆରମ୍ଭ କରିଛନ୍ତି। ଏଠାରୁ ମନୋନୀତ ହୋଇଥିବା ୭ ବିଧାୟକଙ୍କ ମଧ୍ୟରୁ ୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସାଂସଦ ପ୍ରାର୍ଥୀ ଭାବେ ମଧ୍ୟ ଜଣେ ମହିଳାଙ୍କୁ ମନୋନୀତ କରାଯାଇଛି। ବିରୋଧୀ ଦଳ କେବଳ ମହିଳା ସଶକ୍ତିକରଣ ପାଇଁ ଖାଲି କଥା କହୁଛନ୍ତି। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣକୁ ସର୍ବଦା ପ୍ରାଥମିକତା ଦେଉଛନ୍ତି। କଂଗ୍ରେସ କିଛି ଦିନ ତଳେ ଇସ୍ତାହାର ଜାରି କରିଥିଲା। ବିଜେପି ମଧ୍ୟ ଇସ୍ତାହାର ମଧ୍ୟ ଜାରି କରିଥିଲା। କିନ୍ତୁ କିଛି ହେଲା ନାହିଁ। ଓଡିଶାବାସୀଙ୍କର ସେମାନଙ୍କ ଉପରେ ଭରସା ନାହିଁ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବିଜେଡିର ଇସ୍ତାହାର ଜାରି କରିବେ। ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ ସରପ୍ରାଇଜ ଅଛି। ଚାଷୀମାନଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ଓ ଗରିବ ସବୁ ବର୍ଗଙ୍କୁ ଖୁସି କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଇସ୍ତାହାର ଆଣିବେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଘରେ ଘରେ ପହଂଚାଇବା ବୋଲି ପାଣ୍ଡିଆନ କହିଛନ୍ତି।