ବିଜେଡିରୁ ବହିଷ୍କୃତ ହେଲେ ପ୍ରଫୁଲ ମାଝୀ
କଂଗ୍ରେସରୁ ବହିଷ୍କୃତ ହୋଇ ବିଜେଡ଼ିରେ ଯୋଗ ଦେଇଥିବା ଡକ୍ଟର ପ୍ରଫୁଲ ମାଝୀଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।
ଦଳବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟନୁଷ୍ଠାନ
ଭୁବନେଶ୍ବର, ୧୨/୦୫/୨୦୨୪: ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି ବରିଷ୍ଠ ନେତା ଡକ୍ଟର ପ୍ରଫୁଲ ମାଝୀ। ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ବିଜେଡ଼ି ପ୍ରଫୁଲ୍ଲ ମାଝୀଙ୍କୁ ଦଳରୁ ନିଲମ୍ବିତ କରିଛି।
୨୦୨୧ରେ ଅଶାଳୀନ ଆଚରଣ ଓ ଅସଦାଚରଣ ଅଭିଯୋଗରେ କଂଗ୍ରେସ ଦଳରୁ ବହିଷ୍କୃତ ହେବା ପରେ ବିଜେଡିରେ ଯୋଗ ଦେଇଥିଲେ। ଏବେ ବିଜେଡିରେ ମଧ୍ୟ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ବହିଷ୍କୃତ ହୋଇଥିବା ଦଳ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରୁ ଜଣା ପଡିଛି।
ପ୍ରଫୁଲ୍ଲ ମାଝୀ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭାରୁ ୩ ଥର ବିଧାୟକ ହୋଇଥିବା ବେଳେ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ।