ମିଶନ ଶକ୍ତିକୁ ଅଧିକ ସଶକ୍ତ କରିଛି ନବୀନ ଗ୍ୟାରେଣ୍ଟି: ବିଜେଡି

ମହିଳାଙ୍କୁ ମିଳିଛି ପରିଚୟ, ସମ୍ମାନ, ଏବଂ ଭାଗିଦାରିତା। ମିଶନ ଶକ୍ତି ରାଜ୍ୟରେ ବିପ୍ଳବରେ ପରିଣତ ହୋଇଛି। ୬ ଲକ୍ଷ ଏସଏଚଜି ସହିତ ରହିଛନ୍ତି ୭୦ ଲକ୍ଷ ମହିଳା। ଜିରୋ ବିଦ୍ୟୁତ ବିଲ୍ ମହିଳା ସଶକ୍ତିକରଣରେ ଆଣିବ ବିପ୍ଳବ।

ମିଶନ ଶକ୍ତି ମହିଳାଙ୍କୁ ମିଳିବ ପେନସନ

ଭୁବନେଶ୍ୱର, ୧୨/୦୫/୨୦୨୪: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ହେଉଛି ୨୦୩୪ ସୁଦ୍ଧା ଓଡ଼ିଶାକୁ ଭାରତରେ ଏକ ନମ୍ୱର ରାଜ୍ୟରେ ପରିଣତ କରିବା । ଏହା ୨୦୨୪ ପାଇଁ ଆମ ଦଳର ଇସ୍ତାହାରରେ ରହିଛି ଯାହା ୨୪ଟି ନବୀନ ଗ୍ୟାରେଣ୍ଟି ସହ ଓଡ଼ିଶାକୁ ଏକ ନମ୍ୱର ରାଜ୍ୟରେ ପରିଣତ କରିବ । ମହିଳା ସଶକ୍ତୀକରଣ ଏବଂ ନାରୀ ଶକ୍ତି ହେଉଛି ସବୁଠାରୁ ଶକ୍ତିଶାଳୀ ଗ୍ୟାରେଣ୍ଟି ଯାହା ଏହି ସ୍ୱପ୍ନକୁ ସାକାର କରିବ ବୋଲି କହିଛନ୍ତି ବିଜେଡି ସାଂସଦ ତଥା ମୁଖପାତ୍ର ଡ. ସସ୍ମିତ ପାତ୍ର, ଦଳୀୟ ମୁଖପାତ୍ର ଶ୍ରୀମତୀ ଇପ୍ସିତା ସାହୁ ଓ ମହିକ୍ଷିତା ମିଶ୍ର ।

ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଓଡିଶାର ମା’ ମାନଙ୍କୁ ମାତୃ ଦିବସର ଶୁଭେଚ୍ଛା ଜଣାଇ ବିଜେଡିର ଏହି ତିନି ମୁଖପାତ୍ର କହିଛନ୍ତି ଯେ ଆଜି ମାତୃ ଦିବସକୁ ଅଧିକ ପବିତ୍ର କରିଥିବା କଥାଟି ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି ଏବଂ ଏହାଠାରୁ ଅଧିକ ହେଉଛି ମହିଳା ସଶକ୍ତିକରଣ ମାଧ୍ୟମରେ ଓଡ଼ିଶାର ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ତାଙ୍କର ପ୍ରତିବଦ୍ଧତା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତୀକରଣ ପାଇଁ ସବୁବେଳେ ସମ୍ମାନ, ପରିଚୟ ଏବଂ ଭାଗିଦାରୀ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି।

ଓଡ଼ିଶାରେ ମହିଳାମାନେ ଅଧିକାଂଶ ସମୟରେ ଘର ଭିତରେ ରହୁଥିଲେ । ଘରର ଚାରି କାନ୍ଥ ଅତିକ୍ରମ କରି ସେମାନେ ବାହାରକୁ ବାହାରି ପାରିନଥିଲେ । ୨୦୦୧ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟ୍ଟନାୟକ ମିଶନ ଶକ୍ତି ନାମରେ ମହିଳା ସଶକ୍ତୀକରଣ ଆନ୍ଦୋଳନ ଆରମ୍ଭ କରିଥିଲେ, ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଏକ ମହିଳା ବିପ୍ଳବରେ ପରିଣତ ହୋଇଥିଲା ଯେଉଁଥିରେ ଆଜି ୭୦ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ ୬ ଲକ୍ଷ ମହିଳା ଏସଏଚଜି ଅଛନ୍ତି । ସେମାନେ ମିଶନ ଶକ୍ତି ମା’ ନାମରେ ପରିଚିତ । ଏହା ହେଉଛି ସେମାନଙ୍କର ପରିଚୟ । ଏହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ସରକାର ଯୋଗୁଁ ସମ୍ଭବ ହୋଇଥିଲା ।

ବିଜେଡିର ୨୦୨୪ ଇସ୍ତାହାର ଅନେକ ପାଦ ଆଗକୁ ଯାଇ ସେମାନଙ୍କୁ ଅଧିକ ସମ୍ମାନ ଦେଇଛି । ସମାଜ କଲ୍ୟାଣ ମୂଳକ ପଦକ୍ଷେପ ଆକାରରେ ମିଶନ ଶକ୍ତି ପେନସନ ଭାବେ ଏହି ସମ୍ମାନ ପ୍ରଦାନ କରାଯାଉଛି । ମିଶନ ଶକ୍ତିର ୭୦ ଲକ୍ଷ ମହିଳା ସଦସ୍ୟା ତଥା ମିଶନ ଶକ୍ତିର ସହାୟକ ଗୋଷ୍ଠୀ କର୍ମଚାରୀମାନଙ୍କୁ ପେନସନ ମିଳିବ । ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳରେ ମିଶନ ଶକ୍ତି ସଦସ୍ୟଙ୍କୁ ଏହି ପେନସନ ମିଳିବ । ଏହା ହେଉଛି ସମ୍ମାନ । ତା’ପରେ ରହିଛି ଭାଗିଦାରୀ । ଆଜି ମିଶନ ଶକ୍ତି ମା’ ଇଲେକ୍ଟ୍ରିକ୍ ମିଟର ରିଡିଂ, ଧାନ ସଂଗ୍ରହ, ମଧ୍ୟାହ୍ନ ଭୋଜନ, ବ୍ୟାଙ୍କିଙ୍ଗ୍ ପ୍ରତିନିଧି, ମିଶନ ଶକ୍ତି କାଫେ ଇତ୍ୟାଦିରେ କାର୍ଯ୍ୟ କରୁଛନ୍ତି । ଏହା ହେଉଛି ସେମାନଙ୍କର ଭାଗିଦାରୀ । ସେମାନଙ୍କ ପାଖରେ ପରିଚୟ, ସମ୍ମାନ ଓ ଭାଗିଦାରୀ ରହିଛି । ବିଜେଡି ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ମହାନ କାର୍ଯ୍ୟ ଯୋଗୁଁ ଏହି ମାତୃ ଦିବସ ପ୍ରକୃତରେ ପବିତ୍ର ଅଟେ ।

ଅପରପକ୍ଷରେ ମିଶନ ଶକ୍ତି ମା’ମାନଙ୍କୁ ନେଇ ବିଜେପି କ’ଣ କରୁଛି । ସେମାନେ ମା’ମାନଙ୍କ ପ୍ରତି ଅସମ୍ମାନ କରୁଛନ୍ତି । ଓଡ଼ିଶା ବିଜେପି ପ୍ରାର୍ଥୀ ଓ ନେତାମାନେ ସେମାନଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି ଯେ ଯଦି ସେମାନେ ତାଙ୍କୁ ସମର୍ଥନ ନ କରନ୍ତି ତେବେ ଓଡ଼ିଶା ମିଶନ ଶକ୍ତି ମା’ମାନଙ୍କୁ ଭୟାବହ ପରିଣାମ ଭୋଗିବାକୁ ପଡ଼ିବ । ଏ ସଂକ୍ରାନ୍ତରେ ଆମେ ଅନେକ ଥର ନିର୍ବାଚନ କମିଶନଙ୍କ ନିକଟକୁ ଯାଇଛୁ । ଏହା ହେଉଛି ବିଜେପିର ମାନସିକତା ।

ମହିଳାମାନଙ୍କ ପାଇଁ ଆମର ବିଏସକେୱାଇ କଭରେଜ ଆୟୁଷ୍ମାନ ଭଳି ୫ ଲକ୍ଷ ନୁହେଁ ବରଂ ୧୦ ଲକ୍ଷ ଟଙ୍କା । ତେଣୁ ଏହାକୁ କାର୍ଯ୍ୟକାରୀ କରାଯିବାର ପ୍ରଶ୍ନ କେଉଁଠି ଉଠୁଛି, କେନ୍ଦ୍ରୀୟ ଯୋଜନାକୁ ଆମ ମହିଳାମାନେ ପ୍ରତ୍ୟାଖ୍ୟାନ କରୁଛନ୍ତି । ଯେହେତୁ ଆମେ ମହିଳାମାନଙ୍କ ସହିତ ଅଛୁ, ଆମେ ବିଏସକେୱାଇକୁ ବନ୍ଦ କରିବାକୁ ଦେବୁ ନାହିଁ କାରଣ ଏହା ଆମର ମହିଳାମାନଙ୍କୁ କ୍ଷତି ପହଞ୍ଚାଇବ । କିନ୍ତୁ ବିଜେପି ବିଏସକେୱାଇକୁ ବନ୍ଦ କରିବାକୁ ଚାହୁଁଛି, ଯଦି ସେମାନେ କେବେ ନିର୍ବାଚିତ ହୁଅନ୍ତି ।

ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମଧ୍ୟ ଆମର ସୁସ୍ୱୀକୃତ ମମତା ଯୋଜନାର ଏକ ଦୁର୍ବଳ ନକଲ । ଆମେ ପିଏମଏମଭିୱାଇ ଠାରୁ ବହୁତ ଅଧିକ ଦେଉଛୁ ଏବଂ ତେଣୁ, ଆମର ମହିଳାମାନେ କେନ୍ଦ୍ରୀୟ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଯଦି ସେମାନେ କେବେ ନିର୍ବାଚିତ ହୁଅନ୍ତି, ସେମାନେ ଆମ ମମତା ଯୋଜନାକୁ ବନ୍ଦ କରି ଦେବେ।

ମହିଳାଙ୍କ ପାଇଁ ବ୍ୟାଙ୍କିଙ୍ଗ ଉପରେ ନଜର ପକାନ୍ତୁ । ଯଦିଓ ଓଡ଼ିଶାରେ ଗୁଜରାଟ ତୁଳନାରେ କମ୍ ସଂଖ୍ୟକ ବ୍ୟାଙ୍କ ରହିଛି, କିନ୍ତୁ ଜନଧନ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଗୁଜୁରାଟ ତୁଳନାରେ ଅଧିକ ମହିଳା ବ୍ୟାଙ୍କ ଆକାଉଣ୍ଟଧାରୀ ଏବଂ ସଞ୍ଚୟ ରହିଛି । ଏହା ଗୁଜରାଟ ତୁଳନାରେ ମହିଳାଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଧିକ ବୋଲି ଦର୍ଶାଉଛି ।

୨୦୨୪ ନିର୍ବାଚନୀ ଇସ୍ତାହାରରେ ଆମେ ସ୍ପଷ୍ଟ ଭାବେ କହିସାରିଛୁ ଯେ ମହିଳା ସଶକ୍ତିକରଣ ବିଜେଡି ପାଇଁ ସ୍ଲୋଗାନ ନୁହେଁ, ଏହା ଏକ ଶାସନ ବିଧି । ମିଶନ ଶକ୍ତି ଆମର ଗର୍ବ । ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବିଏସକେୱାଇ କଭରେଜ ଜାରି ରହିବ ଏବଂ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ ପ୍ୟାକେଜକୁ ବ୍ୟାପକ କରାଯିବ ।
ଏଥିରେ ୪୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ମଧ୍ୟରେ ସ୍ତନ ଓ ଗର୍ଭାଶୟ କର୍କଟ ଭଳି ପ୍ରଜନନ କର୍କଟ ରୋଗର ସ୍କ୍ରିନିଂ କରାଯିବ । ଆମେ ମିଶନ ଶକ୍ତିକୁ ଆହୁରି ସୁଦୃଢ଼ କରିବୁ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତାରେ ଏକ ନମ୍ୱର ରାଜ୍ୟରେ ପରିଣତ କରିବୁ । ଏହା ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧ ଋଣ ସହିତ ଆହୁରି ପ୍ରୋତ୍ସାହିତ ହେବ । ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୦ ବର୍ଷ ମଧ୍ୟରେ ୨୦,୦୦୦ କୋଟି ଟଙ୍କାର ସରକାରୀ ବ୍ୟବସାୟରେ ସହାୟତା ମିଳିବ ।

ଆମେ ୨୦୩୬ ସୁଦ୍ଧା ଆମ ଝିଅ, ଭଉଣୀ ଏବଂ ମା’ଙ୍କ ପାଇଁ ଜେଣ୍ଡର ବଜେଟକୁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକକୁ ବୃଦ୍ଧି କରିବୁ, ଯାହା ଦ୍ୱାରା ରାଜ୍ୟର ୫୦ ପ୍ରତିଶତ ଲୋକ ଉପକୃତ ହେବେ । ବ୍ୟକ୍ତିଗତ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଜ ଋଣ ଯୋଗାଇବା ପାଇଁ ଆମେ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିବୁ ।

ଶେଷରେ ଡ. ପାତ୍ର କହିଲେ, ଜିରୋ ବିଦ୍ୟୁତ ବିଲ୍ ଓଡ଼ିଶାରେ ମହିଳା ସଶକ୍ତୀକରଣରେ ଆହୁରି ବିପ୍ଳବ ଆଣିବ । ଶୂନ ବିଦ୍ୟୁତ ବିଲ୍‌ରୁ ଓଡ଼ିଶାର ୯୦% ରୁ ଅଧିକ ପରିବାରଙ୍କ ଜୀବନ ଉପକୃତ ହେବା ଦ୍ୱାରା ରାଜ୍ୟର ମା’ ଭଉଣୀଙ୍କ ହାତରେ ଅଧିକ ସଞ୍ଚୟ ହେବ । ଏହା ହେଉଛି ପ୍ରକୃତ ସଶକ୍ତୀକରଣ ଯେଉଁଠାରେ ଏହି ସଞ୍ଚୟ ଆମ ରାଜ୍ୟର ମା’ ଭଉଣୀମାନଙ୍କ ଜୀବନ ଏବଂ ଜୀବିକାକୁ ସୁଦୃଢ଼ କରିବ ଏବଂ ୨୦୩୪ ସୁଦ୍ଧା ଓଡ଼ିଶାକୁ ଏକ ନମ୍ୱର ରାଜ୍ୟରେ ପରିଣତ କରିବ, ଯାହାକୁ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ୨୦୨୪ ନିର୍ବାଚନୀ ଇସ୍ତାହାରରେ ଲକ୍ଷ୍ୟ ଓ ପରିକଳ୍ପନା କରିଛନ୍ତି ।