ଭୁବନେଶ୍ବର, ୧୫/୦୫/୨୦୨୪: ବିଜେପିର ଶୀର୍ଷ ନେତୃତ୍ୱଙ୍କ ଘନଘନ ଓଡିଶା ଗସ୍ତ। ଏଥର ଓଡ଼ିଶାରେ ସରକାର ଗଠନ ପାଇଁ ବିଜେପିର ପ୍ରମୁଖ ଲକ୍ଷ୍ୟ। ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସୁଥିବା ବେଳେ ଏବେ ଓଡ଼ିଶା ଆସିବେ ଡ୍ରିମ୍ ଗାର୍ଲ ତଥା ବିଜେପିର ଷ୍ଟାର ପ୍ରଚାରକ ଓ ମଥୁରା ସାଂସଦ ହେମାମାଳିନୀ। ଆସନ୍ତା ମେ ୧୭ ତାରିଖରେ ଓଡ଼ିଶା ଆସିବେ ହେମାମାଳିନୀ। ଓଡ଼ିଶାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଓଡ଼ିଶାର ପିପିଲିରେ ରୋଡ୍ ସୋ କରିବା ସହିତ ଉତ୍ତର ଭୁବନେଶ୍ୱର, କଟକର କିଶନନଗରରେ ଜନସଭାକୁ ସମ୍ବୋଧିତ କରିବେ। ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
Prev Post
Next Post