ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ର

ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବହିଷ୍କୃତ ହୋଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର।

ଦଳବିରୋଧୀ କାର୍ଯ୍ୟ ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର, ୧୭/୦୫/୨୦୨୪: ଆଜି ବିଜେପିରୁ ବହିଷ୍କୃତ ହୋଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ବିଜୟ ମହାପାତ୍ର। ଦଳବିରୋଧୀ କାର୍ଯ୍ୟ ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ। ସାରଦା ପ୍ରଧାନ ଓ ରାକେଶ ମଲ୍ଲିକ ମଧ୍ୟ ଦଳରୁ ବହିଷ୍କୃତ ହୋଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ବହିଷ୍କୃତ ହୋଇଛନ୍ତି। ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡି ଟିକେଟରୁ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଆସନ ପାଇଁ ନିର୍ବାଚନ ଲଢୁଛନ୍ତି। ଏ ନେଇ ତାଙ୍କ ପୁଅଙ୍କୁ ସମର୍ଥନ କରି ଭୋଟ ଦେବା ପାଇଁ ଶ୍ରୀ ମହାପାତ୍ର ପାଟକୁରାବାସୀଙ୍କୁ ନିବେଦନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜେପି ଶ୍ରୀ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।