ବିଜେଡ଼ିରେ ଯୋଗଦେଲେ ଆଳି ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜସୁନ୍ଦର ଭୂୟାଁ

ବ୍ରଜସୁନ୍ଦର ଭୂୟାଁଙ୍କ ସହ ବହୁ ନିର୍ବାଚିତ ପ୍ରତିନିଧି ଓ ଶତାଧିକ ବିଜେପି କର୍ମୀ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି ।

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର, ୧୮/୦୫/୨୦୨୪: ଆଳି ନିର୍ବାଚନମଣ୍ଡଳୀର ପୂବର୍ତନ ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜସୁନ୍ଦର ଭୂୟାଁଙ୍କ ସହ ବହୁ ନିର୍ବାଚିତ ପ୍ରତିନିଧି ଓ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ, ମନ୍ତ୍ରୀ ତଥା ୨୦୨୪ ଆଳି ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବ୍ରଜସୁନ୍ଦର ଭୂୟାଁ ଓ ଶତାଧିକ ବିଜେପି କର୍ମୀଙ୍କୁ ଶ୍ରୀ ଦେବ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଆଳି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦେବ ଓ ଡକ୍ଟର ପାତ୍ର କହିଥିଲେ । ଏହି ମିଶ୍ରଣ ପର୍ବରେ ଆଳି ବ୍ଲକ ବିଜେଡି ସଭାପତି ସନାତନ ମିଶ୍ର, ଜୋନ ୩ ଆଳି ଜିଲ୍ଲା ପରିଷଦ ସଦସ୍ୟ ସୁମନ୍ତ ରାଉତ ଓ ଜୋନ ୪ ଆଳି ଜିଲ୍ଲା ପରିଷଦ ସଦସ୍ୟ ଜୟରାମ ସାହୁ ପ୍ରମୁଖ ବିଜେଡି ନେତା ଉପସ୍ଥିତ ଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବ୍ରଜସୁନ୍ଦର ଭୂୟାଁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିମର୍ଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଓ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ଅରୁଣ କୁମାର ରାଉତ, ମୀରାରାଣୀ ରାଉତ, ମନୋଜ ମଲ୍ଲିକ, ଦୁଶ୍ମନ୍ତ ବେହେରା, ତନୁଜା କୁମାର ପଲେଇ, ପ୍ରଶାନ୍ତ କୁମାର ଦାସ, ନୃସିଂହ ଚରଣ ଦାସ, ଦିବ୍ୟଲୋଚନ ମିଶ୍ର, ନବକିଶୋର ସେଠୀ, ରାମଚନ୍ଦ୍ର ରାଉତ, ଚୈତନ୍ୟ ବେଉରା, ବାପୀ ଭଗତ ଓ ଦୁଶ୍ମନ୍ତ ପ୍ରଧାନଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।