ସମସ୍ତଙ୍କ ଘରୁ ବିଜୁଳି ମିଟର ଖୋଲି ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ଗୋଲକ ମହାପାତ୍ର

ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ବୋଲି ଗୋଲକ ମହାପାତ୍ର କହିଛନ୍ତି।

ମୋଦି ଗ୍ୟାରେଣ୍ଟିରୁ ବଞ୍ଚିତ ଓଡିଶାବାସୀ: ବିଜେପି

ଭୁବନେଶ୍ୱର, ତା.୧୮/୦୫: ମିଛ ପ୍ରତିଶ୍ରୁତିର ଗନ୍ତାଘର ବୋଲି ନିଜକୁ ବାରମ୍ବାର ପ୍ରମାଣିତ କରିଛି ଶାସକ ବିଜୁ ଜନତା ଦଳ । ନିର୍ବାଚନ ଆସିଲେ ମିଛ ପ୍ରତିଶ୍ରୁତି ଦିଅନ୍ତି ଏବଂ ନିର୍ବାଚନ ସରିଲେ ସବୁ କିଛି ଭୁଲି ଯାଇ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାରରେ ଲିପ୍ତ ହୁଅନ୍ତି ବିଜେଡିର ନେତା ଓ ମନ୍ତ୍ରୀମାନେ । କାଳିଆ, ବଳିଆ, ବିଜୁ ଯୁବ ବାହିନୀ, ପିଠା, ମୋ ଘର ଭଳି ଅନେକ ଯୋଜନାର ସମାଧି ଦେଇ ସାରିଛି ବିଜେଡି । ଅଭ୍ୟାସଗତ ମିଛ କହୁଥିବା ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ପୁଣି ଥରେ ନୂତନ ମିଛ ଗପ ଶୁଣାଇବା ଆରମ୍ଭ କରିଦେଇଛି । ଜୁଲାଇ ମାସରୁ ବିଜୁଳି ବିଲ୍ ଆସିବ ନାହିଁ ଏବଂ ଉପଭୋକ୍ତାଙ୍କୁ ବିଜୁଳି ଦେୟ ଦେବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭାରେ ଘୋଷଣା କରିଛନ୍ତି । ଯଦି ଏହା ବାସ୍ତବରେ ସତ, ତାହେଲେ ସମସ୍ତଙ୍କ ଘରୁ ବିଜୁଳି ମିଟର ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ଆହ୍ୱାନ ଦେଇଛନ୍ତି ।
ରାଜ୍ୟବାସୀଙ୍କ ମୈାଳିକ ସମସ୍ୟାର ସମାଧାନ କରିବାରେ ବିଫଳ ବିଜେଡି ସରକାର ନିଜ ଅପାରଗତାକୁ ଲୁଚାଇବା ପାଇଁ ମୁଳ ପ୍ରସଙ୍ଗରୁ ଓହରି ଯାଇ ଓଡିଶାବାସୀଙ୍କ ଧ୍ୟାନ ଅନ୍ୟତ୍ର କରିବାର ଅପଚେଷ୍ଟା କରୁଛି । ମୋଦି ସରକାରଙ୍କ ଗତ ୧୦ ବର୍ଷର ଶାସନରେ ଓଡିଶାକୁ ୧୮.୮୩ ଲକ୍ଷ କୋଟି ଟଙ୍କାର ଆର୍ଥିକ ଅନୁଦାନ ଓ ସହାୟତା ଆସିଛି । ମୋଦି ଗ୍ୟାରେଂଟିରୁ ଓଡିଶାବାସୀ ବଂଚିତ ରହିଛନ୍ତି । ଦୀର୍ଘ ୨୫ ବର୍ଷର ଭ୍ରଷ୍ଟାଚାରୀ, ଦୁର୍ନୀତିଖୋର ଓ ବ୍ୟଭୀଚାରୀ ବିଜେଡି ସରକାରର ଅନ୍ତ ହେବା ନିହାତି ଆବଶ୍ୟକ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।