୨୬ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ପ୍ରେସମିଟ ଜରିଆରେ ସୂଚନା ଦେଲେ ବୋର୍ଡ ସଭାପତି।

ଇଣ୍ଟରନେଟ ନଥିଲେ ଏସ୍ଏମ୍ଏସରେ ପାଇବେ ରେଜଲ୍ଟ

କଟକ, ୨୪/୦୫: ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଓଡ଼ିଶା ମାଟ୍ରିକ୍ ପରୀକ୍ଷା ଫଳ ଆସନ୍ତା ୨୬ ତାରିଖ ସକାଳ ୧୦ଟା ୩୦ରେ ପ୍ରକାଶ ପାଇବ। ପ୍ରେସମିଟ ଜରିଆରେ ସୂଚନା ଦେଲେ ବୋର୍ଡ ସଭାପତି। ବାର୍ଷିକ ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ୍ (ଏଚ୍ଏସସି), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (ଏସ୍ଓଏସସି) ପରୀକ୍ଷାଫଳ ପ୍ରକାଶ ପାଇବ। bseodisha.nic.in ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇବ ରେଜଲ୍ଟ। ସକାଳ ୧୧ଟା ୩୦ରେ ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇବ। ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ ପାଇବେ ଛାତ୍ରଛାତ୍ରୀ। କୌଣସି ସ୍ଥାନରେ ଇଣ୍ଟରନେଟ ସୁବିଧା ନଥିଲେ ଏସ୍ଏମ୍ଏସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ପାଇ ପାରିବେ। ଏସ୍ଏମ୍ଏସରେ ରେଜଲ୍ଟ ଜାଣିବାକୁ ହେଲେ OR10<Roll No> ଲେଖି ୫୬୭୬୭୫୦କୁ ପଠାଇ ପାରିବେ।

ସୂଚନାଯୋଗ୍ୟ ଯେ, ଗତ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ମଧ୍ୟରେ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।