୨୦୨୪ରେ ଆସିବ ବିଜେଡି ସରକାର

୨୦୧୯ ଅପେକ୍ଷା ୨୦୨୪ରେ ବଡ ମାର୍ଜିନରେ ବିଜୟ ହାସଲ କରିବ ବିଜୁ ଜନତା ଦଳ।

ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ନବୀନଙ୍କ ବିଜୟ ନିଶ୍ଚିତ

ଭୁବନେଶ୍ବର, ୨୪/୦୫: ୨୦୧୯ ଅପେକ୍ଷା ୨୦୨୪ରେ ବଡ ମାର୍ଜିନରେ ବିଜୟ ହାସଲ କରିବ ବିଜୁ ଜନତା ଦଳ। ବଡ ବ୍ୟବଧାନରେ ସରକାର ଗଢିବ ବିଜେଡ଼ି। ଆସନ୍ତା କାଲି ଓଡି଼ଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ତୃତୀୟ ପର୍ଯ୍ୟାୟରେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ବହୁମାତ୍ରାରେ ସମର୍ଥନ ମିଳିବ। ସାରା ଓଡ଼ିଶା ଚାହୁଁଛି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ମୁଖ୍ୟମନ୍ତ୍ରୀ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ନବୀନଙ୍କ ବଡ ବିଜୟ ହେବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ।

ବିଜେପି ପୂର୍ବରୁ ୨୦୧୯ରେ ମଧ୍ୟ କହିଛି ଆଉ ଆଜି ବି କହୁଛି ୨୦୨୪ରେ ମଧ୍ୟ ସରକାର ଗଢିବ। ଏପରିକି ପଞ୍ଚାୟତ ନିର୍ବାଚନରେ ମଧ୍ୟ କହୁଥିଲେ ଯେ ଓଡ଼ିଶା ରାଜନୀତିର ଧାରା ବଦଳିବ। ହେଲେ, ଏହା କେବଳ ସେମାନଙ୍କର ରାଜନୈତିକ ଷ୍ଟ୍ରାଟେଜି। ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲପାଇବା ଓ ସମର୍ଥନ ଦେଖି ଜଣା ପଡୁଛି, ଆଗକୁ ବିଜେଡି ହିଁ ସରକାର ଗଢିବ। ଆସନ୍ତା ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ସାରା ଓଡ଼ିଶାରେ ବହୁ ମାତ୍ରାରେ ଆଦୃତ ଲାଭ କରିଥିବା ବିଏସକେୱାଇ କାର୍ଡରେ ସାମିଲ ହେବାକୁ ଦାବି କରିଥିବା ସମସ୍ତ ବର୍ଗର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଯାହା ଦ୍ୱାରା ସବୁ ବର୍ଗର ଲୋକ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖୁସି ଅଛନ୍ତି। ଓଡ଼ିଶାରେ ରୂପାନ୍ତରଣ ଧାରା ଜାରି ରହିଛି। ସ୍ୱାସ୍ଥ୍ୟ କ୍ଷେତ୍ର, ଶିକ୍ଷା କ୍ଷେତ୍ର ଓ ପରିବହନ କ୍ଷେତ୍ରରେ ମଧ୍ୟ ଓଡିଶାରେ ରୂପାନ୍ତରଣ ହୋଇଛି ବୋଲି ପାଣ୍ଡିଆନ କହିଛନ୍ତି।