ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ଥିବା ଗଣମାଧ୍ୟମକୁ କହିଛନ୍ତି।

ମିଛ ଅପପ୍ରଚାରକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪/୦୫: ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମୋ ସ୍ୱାସ୍ଥ୍ୟକୁ ନେଇ ବିଜେପି ଅପପ୍ରଚାର କରୁଛି। ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ବିଜେପିର ଅପପ୍ରଚାରକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାରିପଦାରେ ଜନ ସମାବେଶ ପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଭାରତୀୟ ଜନତା ପାର୍ଟି ଅପପ୍ରଚାର କରୁଛି। ବିଜେପି ନେତା ମିଛ କହିବାରେ ସବୁ ସୀମା ପାର କରୁଛନ୍ତି। ଆପଣ ଦେଖି ପାରୁଛନ୍ତି, ମୋର ସ୍ୱାସ୍ଥ୍ୟାବସ୍ଥା ବହୁତ ଭଲ ଅଛି ଏବଂ ମୁଁ ସାରା ରାଜ୍ୟରେ ପ୍ରାୟ ଏକ ମାସ ଧରି ପ୍ରଚାର କରୁଛି।

ଉଲ୍ଲେଖଯୋଗ୍ୟ ଯେ, ବିଜେପି ବିଧାୟକ ନେତା ବାରମ୍ବାର ନବୀନ ପଟ୍ଟନାୟକ ଅସୁସ୍ଥ ଥିବା କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ଖୋଦ୍ ଏହା ଗୁଜବ ବୋଲି କହିଛନ୍ତି ଏବଂ ଏହାକୁ ଖଣ୍ଡନ କରିଛନ୍ତି।