ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି

ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ଘନିଷ୍ଠ ସହଯୋଗୀ ଓ କିଛି ବିଜେପି କର୍ମୀ ପୋଲିସ ଟିମ୍ ଉପରକୁ ଆକ୍ରମଣ କରିଛନ୍ତି।

ବିଜେପି କର୍ମୀଙ୍କ ଆକ୍ରମଣରେ ସବ୍ଇନ୍ସପେକ୍ଟର ଆହତ

ଭୁବନେଶ୍ବର, ୨୪/୦୫: ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ଘନିଷ୍ଠ ସହଯୋଗୀ ଓ କିଛି ବିଜେପି କର୍ମୀ ମିଶି ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିବା ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି।

ବିଜେଡି ଅଭିଯୋଗ କରିଛି ଯେ, ମେ ୨୩ ତାରିଖରେ ଛେଣ୍ଡିପଦାର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଅଗସ୍ତି ବେହେରାଙ୍କ ଘନିଷ୍ଠ ସହଯୋଗୀ ଓ ବିଜେପି କର୍ମୀମାନେ ପୁଲିସ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ କରିବା ଘଟଣା ଅତ୍ୟନ୍ତ ଚିନ୍ତାଜନକ। ପୋଲିସ୍ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିବା ଫଳରେ ସବଇନସ୍ପେକ୍ଟର ରାଜେଶ ଶତପଥୀଙ୍କୁ ଗୁରୁତର ଆଘାତ ଲାଗିଛି। ଏହି ଘଟଣା ଛେଣ୍ଡିପଦା ବାସିନ୍ଦା ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ଘଟଣାକୁ ଦୃଷ୍ଟିରେ ରଖି ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀ ଓ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଜେଡି ଦାବି କରିଛି।