ଭଦ୍ରକ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଚାଷୀ ସମ୍ମିଳନୀ ଅନୁଷ୍ଠିତ

ଭଦ୍ରକ ଲୋକସଭା ଅନ୍ତର୍ଗତ ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ବିଜେପି କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

‘ରାଜ୍ୟରେ ଚାଷୀ ଆତ୍ମହତ୍ୟା ପାଇଁ ନବୀନ ସରକାର ଦାୟୀ’

ଭଦ୍ରକ, ୨୭/୦୫: ଭଦ୍ରକ ଲୋକସଭା ଅନ୍ତର୍ଗତ ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ବିଜେପି କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀଙ୍କ ୧୦ ବର୍ଷ ଶାସନ କାଳରେ ଚାଷୀମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ଉପରେ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ। କିନ୍ତୁ ଓଡିଶାରେ ନବୀନ ପଟ୍ଟନାୟକଙ୍କର ୨୫ ବର୍ଷ ଶାସନ କାଳରେ ଚାଷୀ ମାରଣ ନୀତି ଓ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଯୋଗୁଁ, ଧାନର ଅଭାବୀ ବିକ୍ରି, ଓଡିଶାରେ ଚାଷ ଜମିକୁ ଜଳସେଚନ କରିବାରେ ସଂପୂର୍ଣ୍ଣ ବିଫଳତା, ଶୀତଳ ଭଣ୍ଡାର କରିବାରେ ବିଫଳତା ଚାଷୀ ଆତ୍ମହତ୍ୟା କରୁଛନ୍ତି ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ନବୀନ ପଟ୍ଟନାୟକ ସରକାର ଦାୟୀ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ।

ଏହି ସମାବେଶରେ ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶ୍ରୀମାନ ବଂଶୀଲାଲ ଗୁଜର ଓଡିଶାରେ ଡବଲ ଇଞ୍ଜିନ ସରକାର ପାଇଁ ଡବଲ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜେପି ସରକାର ଗଠନ କରାନ୍ତୁ ଓଡିଶା ରେ ଧାନ କୁଇଣ୍ଟାଲ ୩୧ ଶହ ଟଙ୍କା ଦିଆଯିବା ସହିତ ସମସ୍ତ ଚାଷ ଜମିକୁ ଜଳସେଚିତ କରାଯିବ, ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର କରାଯିବ ବୋଲି କହିଥିଲେ। ଏହି ସମାବେଶରେ ରାଜ୍ୟ ସଂଯୋଜକ ଶ୍ରୀ ଜଗନ୍ନାଥ ମହାପାତ୍ର, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ଉପେନ୍ଦ୍ର ରାଉଲ, ଶଙ୍କର୍ଷଣ ଜେନାଙ୍କ ସମେତ ବହୁ ନେତୃବୃନ୍ଦଙ୍କ ସମେତ ଶତାଧିକ ଚାଷୀ ଯୋଗଦାନ କରିଥିଲେ ।