ଅଧାରେ ରହିଗଲା ଇସ୍ତଫା

ବିଜେଡିରୁ ଇସ୍ତଫା ଦେଇଥାନ୍ତେ ବିଜେଡିର ଯୁବ ସମ୍ପାଦକ ସତ୍ୟରଞ୍ଜନ ଦାସ।

ପରିବାର ଭିତର କଥା କହି ଅଟକାଇଲେ ବିଧାୟକ

ଭୁବନେଶ୍ବର, ୨୮/୦୫: ବିଜେଡିରୁ ଇସ୍ତଫା ଦେବା ପାଇଁ କରିଥିଲେ ପ୍ରେସ ମିଟ୍। ଦଳରୁ ଇସ୍ତଫା ଦେବା ପାଇଁ ପ୍ରେସ ମିଟ୍ କରିଥିଲେ ବିଜେଡି ନେତା ତଥା ବିଜେଡିର ଯୁବ ସମ୍ପାଦକ ସତ୍ୟରଞ୍ଜନ ଦାସ। ସତ୍ୟରଞ୍ଜନ ବାଲେଶ୍ୱରରେ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିବା ବେଳେ ଦଳର ଜଣେ ବିଧାୟକ ତାଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ଦର୍ଶାଇଥିଲେ ସତ୍ୟରଞ୍ଜନ। ଯାହାକୁ ଆଧାର କରି ଇସ୍ତଫା ଦେଇଥାନ୍ତେ। ହେଲେ, ଇସ୍ତଫା ଦେବା ପୂର୍ବରୁ ହିଁ ଯୋଜନାରେ ପାଣି ପଶିଗଲା। ବିଜେଡି ବିଧାୟକ ସ୍ୱରୂପ ଦାସ ପହଞ୍ଚି ଏହାକୁ ପରିବାର ଭିତର କଥା କହି ଇସ୍ତଫା ଦେବାକୁ ଅଟକାଇଥିଲେ ଓ ସେଠାରୁ ନେଇ ଯାଇଥିଲେ।