ହାତ ବାଡେଇ ବିରୋଧୀଙ୍କୁ ଚୁପ କରାଇଲେ ନବୀନ

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ବିଜେପି କରୁଥିବା ଅପପ୍ରଚାରକୁ ନେଇ ଆଜି ନିଜେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି।

ଦେଲେ ମୁହଁତୋଡ ଜବାବ

ଭୁବନେଶ୍ବର, ୨୮/୦୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିରୋଧୀ ଦଳ ବାରମ୍ବାର ଅପପ୍ରଚାର କରୁଥିବା ବେଳେ କଡା ଜବାବ ରଖିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ହାତ ବାଡେଇ ବିରୋଧୀଙ୍କୁ ଚୁପ କରାଇଛନ୍ତି ନବୀନ। ଏକ ଭିଡିଓ ଜାରି କରି ଦେଇଛନ୍ତି ମୁହଁତୋଡ ଜବାବ।

ବିଜେପି ମୋ ହାତକୁ ନେଇ ଅପପ୍ରଚାର କରୁଛି। ବିଜେପିର ଏହି ହୀନ ରାଜନୀତି କୌଣସି ପ୍ରକାର କାମ ଦେବନାହିଁ। ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାରେ ବିଜେପି ଅଭିଜ୍ଞ। ଏହି ଅନାବଶ୍ୟକ ଆଲୋଚନା କିଛି କାମ କରିବ ନାହିଁ।