ବିଜେପିରୁ ବିତାଡ଼ିତ ହେଲେ ହିମାଂଶୁ ଶେଖର

ବିଜେପିରୁ ବହିଷ୍କୃତ ହେଲେ ହିମାଂଶୁ ଶେଖର ସାହୁ।

ଦଳୀୟ ନିୟମ ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ବର, ୨୯/୦୫: ବିଜେପିରୁ ବିତାଡ଼ିତ ହେଲେ ହିମାଂଶୁ ଶେଖର ସାହୁ। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଓ ଦଳୀୟ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ହିମାଂଶୁଙ୍କୁ ବହିଷ୍କାର କରିଛି ବିଜେପି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ହିମାଂଶୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନା ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନରେ ଧର୍ମଶାଳାରୁ ବିଜେପି ଟିକେଟରୁ ଲଢ଼ିବା ପାଇଁ ଆଶାୟୀ ଥିଲେ ହିମାଂଶୁ। ଯେଉଁଥିପାଇଁ ହିମାଂଶୁ ଧର୍ମଶାଳାରେ ନିଜର ଦଳୀୟ ଭିତ୍ତିଭୂମି ସୁଦୃଢ଼ କରିଥିଲେ। କିନ୍ତୁ ବିଜେପି ହିମାଂଶୁଙ୍କ ଉଦ୍ୟମକୁ ଅଣଦେଖା କରି ଧର୍ମଶାଳା ବିଧାନସଭା ଆସନ ପାଇଁ ସ୍ମୃତି ରେଖା ପହିଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ। ଟିକେଟ ବଣ୍ଟନରେ ଅନିୟମିତତା ଅଭିଯୋଗ କରି ହିମାଂଶୁଙ୍କ ସମର୍ଥକମାନେ ବିଜେପି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।